କୋଟିପତି ହୋଇପାରିବେ ଜିଓ ବ୍ୟବହାରକାରୀ ! ବାସ୍ ଘରେ ବସି କରିବାକୁ ହେବ ଏହି ଗୋଟିଏ କାମ, ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର
ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ ଆପଣଙ୍କ ପାଖରେ କୋଟିପତି ହେବାର ସୁଯୋଗ ରହିଛି । ଘରେ ବସି ଆପଣ ଆପଣଙ୍କ ଜିଓ ନମ୍ବର ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତି ପାରିବେ । ଏହା ସହ ଟିଭି ପରଦାରେ ଆସିବାର ସୁଯୋଗ ମଧ୍ୟ ପାଇବେ । ପ୍ରକୃତ କଥା ହେଲା, କୌନ୍ ବନେଗା କରୋଡ଼୍ପତିର ସିଜିନ୍-୧୦ ଆରମ୍ଭ ହୋଇଛି । ଏହି ସିଜିନ୍ରେ ଜିଓ ବ୍ୟବହାରକାରୀଙ୍କ ପାଇଁ ପୁରସ୍କାର ଜିତିବାର ଏକ ଖାସ୍ ସୁଯୋଗ ରଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜିଓ ବ୍ୟବହାରକାରୀମାନେ ଜିଓ କେବିସି ପ୍ଲେ ଏଲଙ୍ଗ ଜରିଆରେ ପ୍ରଶ୍ନର ଉତ୍ତର ଦେଇ ପୁରସ୍କାର ଜିତିବା ସହ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟ୍ରେ ବସିବାର ସୁଯୋଗ ମଧ୍ୟ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ପ୍ଲେ ଷ୍ଟୋରରୁ ଜିଓଚାଟ୍ ଆପ୍ ଡ଼ାଉନ୍ଲୋଡ଼ କରି କେବିସି ଖେଳିବାକୁ ପଡ଼ିବ । ଜିଓ କେବିସି ପ୍ଲେ ଏଲଙ୍ଗରେ ଆପଣମାନେ ସୋ’ରେ ଲାଇଭ୍ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ପାରିବେ । ଉତ୍ତର ଠିକ୍ ହେବା ପରେ ଆପଣ ଗୋଟେ ପରେ ଗୋଟେ ସୋପାନ ଆଗକୁ ବଢ଼ି ଚାଲିବେ । ଜିଓ କେବିସି ପ୍ଲେ ଏଲଙ୍ଗରେ ଖେଳିବା ପାଇଁ ହେଲେ..
୧.ପ୍ରଥମେ ପ୍ଲେ ଷ୍ଟୋରରୁ ଜିଓ କେବିସି ପ୍ଲେ ଏଲଙ୍ଗ ଆପ୍ ଡ଼ାଉନ୍ଲୋଡ଼ କରିବା ସହ ନାଁ,ଜନ୍ମ ତାରିଖ ଏବଂ ଫଟୋ ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ ।
୨. ଏହା ପରେ ସୋ’ରେ ପଚରାଯାଉଥିବା ପ୍ରଶ୍ନ ଆପଣ ଆପଣଙ୍କ ଫୋନରେ ଲାଇଭ୍ ଦେଖି ପାରିବା ସହ ତାହାର ଉତ୍ତର ମଧ୍ୟ ଦେଇ ପାରିବେ । ପ୍ରଶ୍ନର ଠିକ୍ ଉତ୍ତର ଦେବା ପରେ ଆପଣଙ୍କୁ ମିଳୁଥିବା ପଏଣ୍ଟ ଦ୍ୱାରା ଆପଣଙ୍କୁ ହଟ୍ ସିଟ୍ରେ ବସିବାର ସୁଯୋଗ ମିଳିପାରିବ ।