ଜିଓ ଗ୍ରାହକଙ୍କୁ ଝଟକା: ଆଉ ୩ଦିନ ପରେ ବନ୍ଦ ହୋଇଯିବ ୩୯୯ଟଙ୍କିଆ ରିଚାର୍ଜ ପ୍ଲାନ

59

ଟେଲିକମ ଜଗତରେ ଇତିହାସ ରଚିଥିବା ରିଲାଏନ୍ସ ଜିଓ ଏବେ ଗ୍ରାହକଙ୍କୁ ଦେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଶସ୍ତା ପ୍ଲାନର ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକର୍ଷିତ କରୁଥିବା ଜିଓ ଏବେ ତାର ଅଫରଗୁଡିକରେ ବଡ ଧରଣର ପରିବର୍ତ୍ତନ ଆଣିଛି । ଏଭଳି ଆଲୋଚନା କରିବାର ତାତ୍ପର୍ଯ୍ୟ ହେଲା, ଜିଓର ଏକ ବିଶେଷ ତଥା ଖାସ୍ ଅଫର ରହିଛି ଯାହାକି ୩ଦିନ ପରେ ତଥା ୨୫ ନଭେମ୍ବରକୁ ଶେଷ ହୋଇଯିବ । ଏହା ଜିଓର ଏକ କ୍ୟାସବ୍ୟାକ୍ ଅଫର ଅଟେ । ରିଲାଏନ୍ସ ଜିଓ ନିଜର ଏହି ରିଚାର୍ଜ ଉପରେ ୨,୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଇରଖିଥିଲା । ଯାହାକି କେବଳ ଅନଲାଇନ ରିଚାର୍ଜ କରିବା ଦ୍ୱାରା ହିଁ ମିଳିଥାଏ । ଯଦି ଆପଣ ୩୯୯ଟଙ୍କାର ରିଚାର୍ଜ କରନ୍ତି ତେବେ ଏହା ଉପରେ ଆପଣଙ୍କୁ ମିଳିବ ୪୦୦ଟଙ୍କାର କ୍ୟାସବ୍ୟାକ ।

ତେବେ ଏହି କ୍ୟାସବ୍ୟାକ୍ ୮ଥରରେ ମିଳିବ । ଅର୍ଥାତ୍ ୫୦-୫୦ ଟଙ୍କାର ୮ଟି ଭାଉଚର ମିଳିବ । ୩୯୯ର ରିଚାର୍ଜ କରିବା ପରେ ଆଗାମୀ ୮ଥର ରିଚାର୍ଜ ଉପରେ ୫୦ ଟଙ୍କାର ରିହାତି ମିଳିବ । ଯାହାର ଅର୍ଥ ହେଉଛି ୩୯୯ ଟଙ୍କିଆ ରିଚାର୍ଜ କଲେ ୩୪୯ ଟଙ୍କା ମିଳିବ । ଅଫର ଆଧାରରେ ୩୯୯ କିମ୍ବା ଏହାଠାରୁ ଅଧିକ କୌଣସି ବି ରିଚାର୍ଜ ଉପରେ ୨,୫୯୯ଟଙ୍କା ପର୍ଯ୍ୟନ୍ତ ଅଫର ମଧ୍ୟ ଲଂଚ କରିଛି । ୨,୫୯୯ଟଙ୍କାର କ୍ୟାସବ୍ୟାକରେ ଆପଣଙ୍କୁ ଟଙ୍କା ଏକାସାଥିରେ ନମିଳି ଭାଗ ଭାଗ ହୋଇ ମିଳିବ । ଜିଓ ଆପରେ ଆପଣଙ୍କୁୁ ୪୦୦ ଟଙ୍କା ମିଳିବ । ୩୦୦ଟଙ୍କା ଆପଣଙ୍କୁ ମୋବାଇଲ ୱାଲେଟରେ ଏବଂ ବାକି ଟଙ୍କା ସପିଂ ଭାଉଚର ମିଳିବ । ସେହିପରି ଯଦି ଆପଣ ଅନ୍ୟ କୌଣସି ଡିଜିଟାଲ ୱାଲେଟରୁ ରିଚାର୍ଜ କରନ୍ତି ତେବେ ମଧ୍ୟ କ୍ୟାସବ୍ୟାକ୍ ମିଳିବ । ମେବିକ୍ୱିକରୁ ଜିଓର ନୂଆ ୟୁଜର୍ସ ୩୯୯ ଟଙ୍କା ରିଚାର୍ଜ କରିବା ସମୟରେ ନିଉଜିଓ କୋଡ ଦିଅନ୍ତି ତେବେ ୩୦୦ଟଙ୍କାର କ୍ୟାସବ୍ୟାକ୍ ମିଳିଯିବ । ଜିଓର ପୁରୁଣା ୟୁଜର୍ସଙ୍କୁ ଜିଓ ୧୪୯ କୋଡ ଦେବାକୁ ପଡିବ । ପୁରୁଣା ୟୁଜର୍ସଙ୍କୁ ୧୪୯ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ଆମାଜନ ପେ’ରୁ ୩୯୯ଟଙ୍କାର ରିଚାର୍ଜ କରିବା ଉପରେ ନୂଆ ୟୁଜର୍ସଙ୍କୁ ୯୯ଟଙ୍କାର କ୍ୟାସବ୍ୟାକ୍ ମିଳିବ ଏବଂ ପୁରୁଣା ୟୁଜର୍ସଙ୍କୁ ୨୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ପେଟିଏମ ଦ୍ୱାରା ଜିଓର ୩୯୯ଟଙ୍କାର ରିଚାର୍ଜ କରିବା ସମୟରେ ନୂଆ ୟୁଜର ‘ନିଉଜିଓ କୋଡ’ ଦେବାଦ୍ୱାରା ୫୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହାବ୍ୟତୀତ ପୁରୁଣା ୟୁଜର୍ସ ପେଟିଏମଜିଓ କୋଡ ଦେବାଦ୍ୱାରା ୧୫ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ସେହିପରି ଫ୍ଲପକାର୍ଟ ଫୋନପେ’ରୁ ରିଚାର୍ଜ କରିବା ଉପରେ ଜିଓର ନୂଆ ୟୁଜର୍ସଙ୍କୁ ୭୫ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ପୁରୁଣା ୟୁଜର୍ସଙ୍କୁ ୩୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଆକ୍ସିସ ପେ’ରୁ ରିଚାର୍ଜ କରିବା ଉପରେ ଜିଓର ନୂଆ ୟୁଜର୍ସଙ୍କୁ ୧୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯଦି ଆପଣ ପୁରୁଣା ଅଟନ୍ତି ତେବେ ଆପଣଙ୍କୁ ୩୫ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ସେହିପରି ଫ୍ରିଚାର୍ଜ ଦ୍ୱାରା ରିଚାର୍ଜ କରିବା ଉପରେ ଜିଓର ପୁରୁଣା ୟୁଜର୍ସଙ୍କୁ ଜିଓ୫୦ କୋଡ ଦେଇ ୫୦ଟଙ୍କାର କ୍ୟାସବ୍ୟାକ୍ ମିଳିବ ।