ଜଲ୍ଲିଆନୱାଲା ବାଗ ନରସଂହାର : ଏହି କୂଅରେ ଫିଙ୍ଗା ଯାଇଥିଲା ଶତାଧିକ ଲୋକଙ୍କ ଶବ

37

“ଜଲ୍ଲିଆନୱାଲା ବାଗ’ ନରସଂହାର ଆଜିକା ଦିନରେ ତଥା ୧୩ ଏପ୍ରିଲ ୧୯୧୯ରେ ହୋଇଥିଲା । ଏହି ନରସଂହାରର ଚିତ୍ର ଆଜି ବି ତାଜା ହୋଇ ରହିଛି ।

ଅମୃତସରର “ଜଲ୍ଲିଆନୱାଲା ବାଗ’ ନରସଂହାରର ଆଜିକା ଦିନରେ କ୍ରୁର ତଥା ନୃସଂଶ ଇଂରେଜ ସେନାମାନେ ନିରସ୍ତ୍ର ଲୋକଙ୍କ ଉପରେ ଆଖି ପିଛୁଳାକେ ଗୁଳିବର୍ଷଣ କରି ପାଖାପାଖି ୧ ହଜାରରୁ ଅଧିକ ନିରୀହ ଲୋକଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିଲେ । ତେବେ ଏଥିରେ ପ୍ରାଣ ହରାଇଥିବା ନିର୍ଦ୍ଦୋଶ ଲୋକଙ୍କ ମଧ୍ୟରୁ ଅଧିକତର ମହିଳା ଏବଂ ଶିଶୁ ଥିଲେ । ତେବେ ୧୩ ଏପ୍ରିଲ ୧୯୧୯ରେ ସେଠାରେ ‘ରୋଲେଟ ଆକ୍ଟ’ ତଥା ଇଂରେଜମାନଙ୍କ ବିରୋଧରେ ଏକ ସଭାର ଆୟୋଜନ କରାଯାଇଥିଲା । ତେବେ ଏହି ସମୟରେ ସହରରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଥିଲା । ମାତ୍ର ବୈଶାଖୀ ମେଳା ଚାଲିଥିବା କାରଣରୁ ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ । ଏବଂ ଏହି ସଭାସ୍ଥଳୀକୁ ମଧ୍ୟ ଯାଉଥିଲେ । ଯାହାର ସୁଯୋଗ ଉଠାଇ ଇଂରେଜମାନେ ।

ହଠାତ୍ ଆରମ୍ଭ କରିଦେଇଥିଲେ ଗୁଳି ବର୍ଷଣ । ମାତ୍ର ୧୦ ମିନିଟ୍ ମଧ୍ୟରେ ପାଖାପାଖି ୧୬୫୦ ରାଉଣ୍ଡ ଗୁଳି ଚଳାଇ ଥିଲେ ସେମାନେ । ଆଉ ଦେଖୁ ଦେଖୁ ଟଳି ପଡିଥିଲେ ହଜାର ହଜାର ସଂଖ୍ୟକ ନିରୀହ ଜନତା । ତେବେ କିଛି ଲୋକ ଜୀବନ ବଂଚାଇବା ପାଇଁ ସେଠାରେ ଥିବା ଏକ କୂଅ ମଧ୍ୟକୁ ଡେଇଁ ପଡିଥିଲେ କିନ୍ତୁ ଦେଖୁ ଦେଖୁ କୂଅଟି ମଧ୍ୟ ପୂର୍ଣ୍ଣ ହୋଇଯାଇଥିଲା ଲୋକଙ୍କ ଶବରେ ।