ଏହି ୫ଟି କାରଣ ପାଇଁ ଫାଇନାଲରେ ହାରିଲା ଟିମ୍ ଇଣ୍ଡିଆ । ଯାହାପରେ ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା

24

ଫାଇନାଲରେ ଟିମ୍ ଇଣ୍ଡିଆକୁ ୧୮୦ ରନରେ ପରାସ୍ତ କରି ପାକିସ୍ତାନ ପ୍ରଥମ ଥର ପାଇଁ ଜିତିଛି ଚାମ୍ପିଅନ୍ସ ଟ୍ରଫି । ଟସ୍ ଜିତି କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ପାକ୍ ୫୦ ଓଭରରେ ୪ ୱିକେଟ୍ ହରାଇ ୩୩୮ ରନ୍ ହାସଲ କରିଥିଲା । ତେବେ ଏତେ ବଡ ରନ କରିବାକୁ ପାକିସ୍ତାନକୁ ସୁଯୋଗ ସେତେବେଳେ ମିଳିଥିଲା, ଯେତେବେଳେ ଚତୁର୍ଥ ଓଭରରେ ଜଶପ୍ରିତ୍ ବୁମରାହ, ଫଖର୍ ଜମାନଙ୍କୁ ମିଳିଥିଲା ଜୀବନଦାନ । ସେ ଆଉଟ ହୋଇଥିବା ବଲଟି ଥିଲା ନୋ-ବଲ୍ ।

ଏହାପରେ ଜମାନ ସେଂଚୁରୀ ମାରିଥିଲେ ଏବଂ ପାକର ଓପନିଂ ଯୋଡି ୧୨୮ ରନ୍ ହାସଲ କରିଥିଲେ । ଗୋଟିଏ ନୋ-ବଲ୍ ପୁରା ଖେଳକୁ ବିଗାଡି ଦେଇଥିଲା । ଯାହାପରେ ଏହି ମହାମୁକାବିଲାରେ ପାକିସ୍ତାନ ନିଜ ପ୍ରଭାବ ବିସ୍ତାର କରିଥିଲା । ବଡ ଟାର୍ଗେଟର ପିଛା କରି ଟିମ୍ ଇଣ୍ଡିଆ ୩୦.୩ ଓଭରରେ ୧୫୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ଏବଂ ହସନ୍ ଅଲ୍ଲୀ ୩-୩ ୱିକେଟ୍ ନେଇଥିଲେ ।

ଜମାନଙ୍କୁ ଜୀବନଦାନ, ବୁମରାହଙ୍କ ନୋ-ବଲ୍ର ପ୍ରଭାବ

ଜଶପ୍ରିତ ବୁମରାହଙ୍କ ଗୋଟିଏ ନୋ ବଲ୍ ଟିମ୍ ଇଣ୍ଡିଆକୁ ବହୁତ ଭାରି ପଡିଥିଲା । ମ୍ୟାଚର ଚତୁର୍ଥ ଓଭରର ଦ୍ୱିତୀୟ ବଲରେ ବୁମରାହ ଫଖର ଜମାନଙ୍କ ୱିକେଟ୍ ନେଇଯାଇଥିଲେ । ମାତ୍ର ତାହା ନୋ-ବଲ୍ ଘୋଷିତ ହୋଇଥିଲା । ଯଦି ବୁମରାହ ଏହି ଭୁଲ କରିନଥାନ୍ତେ ତେବେ ଫଖରଙ୍କ ଆଉଟ୍ ହେବା ସୁନିଶ୍ଟିତ ଥିଲା । ଯାହାଦ୍ୱାରା ପାକିସ୍ତାନ ଉପରେ ଗଭୀର ପ୍ରଭାବ ପଡିଥାନ୍ତା । କାରଣ ସେହି ସମୟରେ ଫଖର୍ ମାତ୍ର ୩ ରନ୍ କରିଥିଲେ ଏବଂ ଏହି ଜୀବନଦାନର ଫାଇଦା ଉଠାଇ ଫଖର୍ ନିଜ କ୍ୟାରିୟରର ପ୍ରଥମ ସେଂଚୁରୀ ମାରିଥିଲେ । ଜମାନ-ଆଝର ଅଲ୍ଲୀ ପ୍ରଥମ ୱିକେଟ୍ ପାଇଁ ୧୨୮ ରନର ପାର୍ଟନରସିପ୍ କରିଥିଲେ ।

ଏହି ପାକ୍ ପ୍ଲେୟର୍ସ ଆଣିଥିଲେ ବିଜୟ

ଆଝର୍ ଅଲ୍ଲୀ: ୫୯ ରନ୍ ହାସଲ୍ କରିଥିଲେ । ଫଖର ଜମାନଙ୍କ ସହିତ ସେଂଚୁରୀ ପାର୍ଟନରସିପ୍ କରିଥିଲେ ।

ଫଖର ଜମାନ: ୧୦୬ ବଲରେ କରିଥିଲେ ୧୧୪ ରନ୍ । ସେଥିଲେ ପାକ୍ ଟିମର ଟପ୍ ସ୍କୋରର୍ ।

ମହମ୍ମଦ ହାଫିଜ୍: ୫ମ ନମ୍ବରରେ ବ୍ୟାଟିଂକରି ୫୭ ରନ୍ କରିଥିଲେ ଏଥିସହିତ ଟିମର ସ୍କୋର ୩୦୦ ପାର କରାଇଥିଲେ

ମହମ୍ମଦ ଆମିର: ୧୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ

ହସନ୍ ଅଲ୍ଲୀ : ୧୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ

ଭାରତୀୟ ଦଳ ପରାସ୍ତ ହେବାର ମୁଖ୍ୟ କାରଣ

ଇଣ୍ଡିଆନ୍ ବୋଲର୍ ଶୀଘ୍ର ହାସଲ୍ କରିପାରିନଥିଲେ ୱିକେଟ୍

ଜଶପ୍ରିତ ବୁମରାହ, ଆର୍ ଅଶ୍ୱିନ୍ଙ୍କ ଭଳି ବୋଲର୍ ଆରମ୍ଭରୁ ୱିକେଟ୍ ନେବାରେ ଅସଫଳ ହୋଇଥିଲେ । ମ୍ୟାଚର ଆରମ୍ଭରୁ ହିଁ ପାକ ବ୍ୟାଟ୍ସମ୍ୟାନ୍ ଭାରତ ଉପରେ ଭାରି ପଡିଥିଲେ । ଆଝର୍ ଅଲ୍ଲୀ ଏବଂ ଫଖର ଜମାନ ପ୍ରଥମ ୱିକେଟ୍ ପାଇଁ ୧୨୮ ରନର ପାର୍ଟନରସିପ୍ କରିଥିଲେ । ଏହାବ୍ୟତୀତ ପାକିସ୍ତାନ ଦ୍ୱିତୀୟ ୱିକେଟ୍ ପାଇଁ ୭୨ ଏବଂ ୫ମ ୱିକେଟ୍ ପାଇଁ ୭୧ ରନ୍ ଅତ୍ୟନ୍ତ ସଫଳତାର ସହ ହାସଲ୍ କରିଥିଲା ।

ଅନେକ ସହଜ ସୁଯୋଗ ହାତଛଡା କରିଥିଲେ

ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟ୍ ଭଳି ଫାଇନାଲରେ ଟିମ୍ ଇଣ୍ଡିଆର ଫିଲ୍ଡିଂ ବହୁତ ଖରାପ ଥିଲା । ୧୨ ଓଭର୍ ପର୍ଯ୍ୟନ୍ତ ଭାରତ ଦୁଇ ରନ୍ ଆଉଟ୍ ଏବଂ ଗୋଟିଏ ଆଉଟର ସୁଯୋଗ ହାତଛଡା କରିଦେଇଥିଲା । ତେବେ ଦଳ ପାଇଁ ସବୁଠାରୁ ବଡ ଝଟକା ରହିଥିଲା ଜଶପ୍ରିତ ବୁମରାହଙ୍କ ସେହି ନୋ-ବଲ୍, ଯେଉଁଥିପାଇଁ ଜମାନ୍ ଶତକ ହାସଲ କରିଥିଲେ ।

ଭୁବନେଶ୍ୱରଙ୍କୁ ବାଦ୍ ଦେଇ ବାକି ସମସ୍ତ ବୋଲର୍ ଫ୍ଲଫ୍ ହୋଇଥିଲେ

ପାକିସ୍ତାନ ବିରୋଧରେ ଭୁବନେଶ୍ୱର କୁମାରଙ୍କୁ ଛାଡି ଦେଲା ପରେ ବାକି ସମସ୍ତ ବୋଲର୍ ଫ୍ଲଫ୍ ହୋଇଥିଲେ । ଭୁବନେଶ୍ୱର ୧୦ ଓଭରରେ ୪୪ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ । ଯେଉଁଥିରେ ସାମିଲ ଥିଲା ଦୁଇଟି ମେଡେନ୍ ଓଭର୍ । ଇକୋନମି ରେଟ୍ ଥିଲା ୪.୪୦ ।

ଟପ୍ ଅର୍ଡର ଫ୍ଲଫ୍ ରହିଲା

୩୩୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତକୁ ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ କୋହଲି, ଯୁବରାଜ ସିଂହ ଏବଂ ଏମଏସ୍ ଧୋନିଙ୍କ ଭଳି ଖେଳାଳି ନିରାଶ କରିଥିଲେ । ଟିମ୍ ଇଣ୍ଡିଆର ଟପ୍ ଅର୍ଡର ସୁପର୍ ଫ୍ଲଫ୍ ରହିଥିଲା । ୫୪ ରନରେ ଭାରତର ଯାଇଥିଲା ୫ଟି ୱିକେଟ । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ରନ୍ ହାସଲ କରିଥିଲେ ଯୁବରାଜ ସିଂ । ଟିମଇଣ୍ଡିଆ ପକ୍ଷରୁ ହାର୍ଦ୍ଦିକ୍ ହିଁ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲେ । ୪୩ ବଲରୁ ହାସଲ କରିଥିଲେ ୭୬ ରନ୍ । ନିଜର ଇନିଂରେ ସେ ୪ଟି ଚୌକା ଏବଂ ୬ଟି ଛକା ମାରିଥିଲେ ।

ମହମ୍ମଦ ଆମିର ଏବଂ ହସନ ଅଲ୍ଲୀଙ୍କ ଦମଦାର ବୋଲିଂ

ପାକିସ୍ତାନ ପାଇଁ ମହମ୍ମଦ ଆମିର ସବୁଠାରୁ ଘାତକ ବୋଲିଂ କରିଥିଲେ । ଆମିର ହିଁ ଟିମ୍ ଇଣ୍ଡିଆର ପ୍ରଥମ ୩ଟି ୱିକେଟ୍ ନେଇଥିଲେ । ଯେଉଁଥିରେ ରୋହିତ୍ ଶର୍ମା, ଶିଖର ଧୱନ ଏବଂ ବିରାଟ କୋହଲି ସାମିଲ ଥିଲେ । ଆମିର ୬ ଓଭରରେ ୧୬ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ସାମିଲ ଥିଲା ୨ଟି ମେଡେନ୍ ଓଭର୍ । ତାଙ୍କର ଇକୋନମି ୨.୬୬ ଥିଲା ।

ଏହାସହ ମଧ୍ୟ ପଢନ୍ତୁ- ବିରାଟଙ୍କ ବିରାଟ ସତ୍ୟ ! ଜାଣନ୍ତୁ କାହିଁକି ୧୮ ନମ୍ବର ଥିବା ପୋଷାକ ପିନ୍ଧନ୍ତି କୋହଲି