ହାଓଡା ବ୍ରିଜ୍ ସହ ଜଡିତ ଏହି ରାଜ୍ ! ଯାହା ଉଡାଇ ଦେବ ଆପଣଙ୍କ ହୋସ୍

177

କଲିକତାରେ ଥିବା ହାଓଡା ବ୍ରିଜର ଚର୍ଚ୍ଚା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଶୁଣିବାକୁ ମିଳିଛି । ଏହା ଏକ ଏଭଳି ବ୍ରିଜ୍ ଯାହା ବିନା ପିଲରରେ ତିଆରି କରାଯାଇଛି । ପବନରେ ଏହି ବ୍ରିଜଟି ଝୁଲିଥିବାର ଦୃଶ୍ୟକୁ ଦେଖିଲା ପରେ ସମସ୍ତଙ୍କ ମନରେ ଉଙ୍କି ମାରି ଥାଏ ଅନେକ ପ୍ରଶ୍ନ । ତେବେ ଏହାକୁ ମଧ୍ୟ ‘ରବୀନ୍ଦ୍ର ସେତୁ’ ନାମରେ ଜଣାଯାଏ ।

ହାଓଡା ବ୍ରିଜର ନିର୍ମାଣ ୧୯୩୭ରେ ଆରମ୍ଭ ହୋଇଯାଇଥିଲା ମାତ୍ର ୧୯୪୩ରେ ବ୍ରିଟିଶ ଶାସନ କାଳରେ ହିଁ ସଂପୂର୍ଣ୍ଣ ହୋଇଥିଲା । ତେବେ ଏହାର ଓଜନ ୨୬ ହଜାର ଟନ୍ ହୋଇଥିବା ବେଳେ ଲମ୍ବ ୪ ୫୭.୦୫ ଅଟେ ଏବଂ ଉଚ୍ଚତା ରହିଛି ୧୫୦୧ ଫୁଟ୍ । କୁହାଯାଏ ଏହି ବ୍ରିଜ୍ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଯାନବାହନ ଗତି କରିଥାଏ । ମାତ୍ର ଏହାର କୌଣସି ବି କ୍ଷତି ଘଟିନଥାଏ । ଦୂରରୁ ଦେଖିଲେ ଏହି ବ୍ରିଜଟି କୌଣସି ଆଶ୍ଚର୍ଯ୍ୟରୁ କମ୍ ଲାଗେନାହିଁ । ଏଭଳି ବହୁତ କମ୍ ବ୍ରିଜ ରହିଛି ଯେଉଁଠି ବଲିଉଡ୍ ସିନେମା ସୁଟିଂ ହୋଇଛି ତେବେ ଏହି ବ୍ରିଜର ବିଶେଷତ୍ୱ ହେଲା ଏହା ଉପରେ ବଲିଉଡ୍ ସିନେମା ସୁଟିଂ ହେବା ସହ ହଲିଉଡ ସିନେମା ମଧ୍ୟ ସୁଟିଂ ହୋଇସାରିଛି । ଯେଉଁଥିରୁ ସ୍ପଷ୍ଟ ବାରି ହୋଇପଡେ ଏହା କେତେ ଲୋକପ୍ରିୟ ବୋଲି ।

କୁହାଯାଏ, ହାଓଡା ଏବଂ କଲିକତାକୁ ସଂଯୋଗ କରୁଥିବା ଏହି ବ୍ରିଜଟି ଯେତେବେଳେ ଏହା ୧୯୪୩ରେ ସଂପୂର୍ଣ୍ଣ ହୋଇଥିଲା ସେତେବେଳେ ଏହାର ନାଁ ନିୟୁ ହାଓଡା ରଖାଯାଇଥିଲା ମାତ୍ର ସମୟ ଅନୁସାରେ ଏହାର ନାଁ ପୁଣି ଥରେ ପରିବର୍ତ୍ତନ ହୋଇ ୪ ଜୁନ୍ ୧୯୬୫ରେ ବଙ୍ଗଳା ଲେଖକ ରବୀନ୍ଦ୍ର ନାଥ ଟାଗୋରଙ୍କ ନାମରେ ତଥା ‘ରବୀନ୍ଦ୍ର ସେତୁ’ ରଖାଯାଇଥିଲା ।

ସୂଚନା ମିଳିଛି, ଏହି ବ୍ରିଜଟି ଭୁଶୁଡିବା ଉପରେ । ଯାହାର ମୁଖ୍ୟ କାରଣ ରହିଛି, ପାନ ଛେପ । ଆଜ୍ଞା ହଁ ! କଥାଟା ହୁଏତ ଆପଣଙ୍କୁ ଟିକେ ଅଜବ ଲାଗୁଥିବ ମାତ୍ର ଏହା ହିଁ ସତ୍ୟ । ଏକ ରିପୋର୍ଟରେ ଏହା ଦର୍ଶାଯାଇଛି କି, ଅଧିକାଂଶ ସମୟରେ ଲୋକେ ପାନ ତଥା ଗୁଟଖା ଆଦି ସେବନ କରି ଛେପ ବ୍ରିଜ ଉପରେ ଫିଙ୍ଗିବା ଦ୍ୱାରା ବ୍ରିଜରେ ଲାଗିଥିବା ହ୍ୟାଙ୍ଗର ଗୁଡିକ ଧିରେ ଧିରେ ନଷ୍ଟ ହେବାକୁ ଲାଗିଛି । ଆଉ ଏହା କୌଣସି ବି ମୁହୂର୍ତ୍ତରେ ଭୁଶୁଡିପାରେ । ଯାହା ଭବିଷ୍ୟତରେ ଏକ ବଡ ଦୁର୍ଘଟଣାର ରୂପ ନେଇପାରେ ବୋଲି ସ୍ପଷ୍ଟ ହୋଇ ସାରିଛି ।