ୟୁଜର୍ସଙ୍କ ପାଇଁ ଖୁସି ଖବର ! ଏଣିକି ହ୍ୱାଟସଆପ ଜରିଆରେ ବି କରିପାରିବେ ଟଙ୍କା ରୋଜଗାର

35

ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଣିକି ହ୍ୱାଟସଆପ ଜରିଆରେ ବି କରିପାରିବେ ଟଙ୍କା ରୋଜଗାର । ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ ଏବେ ନିଜ ୟୁଜର୍ସଙ୍କୁ ଭେଟି ଦେଉଛି ପୁଣି ଏକ ଉପହାର । ତେବେ ହ୍ୱାଟସଆପ ତାର ୟୁଜର୍ସଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉଠାଇବାକୁ ଯାଉଛି ଏକ ବଡ ପଦକ୍ଷେପ ।

ହ୍ୱାଟସଆପ୍ ପକ୍ଷରୁ ମିଳିଥିବା ଖବର ମୁତାବକ, ଖୁବ ଶୀଘ୍ର ହିଁ ସେ ତାର ୟୁଜର୍ସଙ୍କ ମୋବାଇଲ ନମ୍ବର ନିଜର କର୍ତ୍ତୃପକ୍ଷ(ଓନର କଂପାନୀ) ସହ ସେୟାର କରିବାକୁ ଯାଉଛି । ଯାହାର ସହାୟତାରେ ହ୍ୱାଟସଆପ ୟୁଜର୍ସ ଫେସବୁକରେ ଆହୁରି ବି ଅଧିକ ଟାର୍ଗେଟ ବିଜ୍ଞାପନ ଦେଖି ପାରିବେ । ଯଦିଓ ହ୍ୱାଟସଆପ ବିଜ୍ଞାପନ ସଂପର୍କିର କୌଣସି ବି ସୂଚନା ବର୍ତ୍ତମାନ ପାଇଁ ମିଳିପାରି ନାହିଁ ।

ଆପଣ ଜାଣିବା ପାଇଁ ଏଠାରେ ଆମେ କହିରଖୁଛୁ କି, ସାରା ବିଶ୍ୱରେ ପାଖାପାଖି ୧ ବିଲିୟନ ହ୍ୱାଟସଆପର ୟୁଜର୍ସ ରହିଛନ୍ତି । ଏଭଳି ସ୍ଥିତିରେ ହ୍ୱାଟସଆପ, ୟୁଜର୍ସଙ୍କର ସୂଚନା ଫେସବୁକରେ ସେୟାର କରେ ତେବେ କଂପାନୀକୁ ପ୍ରଥମେ ୟୁଜର୍ସଙ୍କୁ ସେମାନଙ୍କ ସୁରକ୍ଷା ନେଇ ବିଶ୍ୱାସ ଦେବାକୁ ପଡିବ । ହ୍ୱାଟସଆପ, ୟୁଜର୍ସଙ୍କୁ ସୀମିତ ସମୟ ପାଇଁ ଅପସନ ଦେବ କି ସେମାନେ ନିଜର ସୂଚନା ଫେସବୁକରେ ସେୟାର କରିବାକୁ ଚାହୁଁଛନ୍ତି କି ନାହିଁ ।

ସେହିପରି, ହ୍ୱାଟସଆପ ସ୍ପଷ୍ଟ କରିଛି କି, ଫେସବୁକ ଦ୍ୱାରା ସେୟାର କରାଯାଇଥିବା ସମସ୍ତ ତଥ୍ୟ ବା ସୂଚନା ସୁରକ୍ଷିତ ରହିବ । ଏହି ପ୍ରସ୍ତାବ କେବଳ ଏଥିପାଇଁ ଦିଆଯାଇଛି ଯାହାଦ୍ୱାରା ୟୁଜର୍ସଙ୍କୁ ଏକ ଭଲ ଫ୍ରେଣ୍ଡ ସଜେସନ ଏବଂ ସଠିକ୍ ବିଜ୍ଞାପନର ସୂଚନା ମିଳିପାରିବ ।

ଏଥିସହିତ ହିଁ କଂପାନୀ ଏହା ମଧ୍ୟ କହିଛି କି, ବ୍ୟାଙ୍କ ଟ୍ରାଂଜାକ୍ସନ, ଫ୍ଲାଇଟ୍ ସଂପର୍କିତ ସୂଚନା ଭଳି ନୋଟିଫିକେସନ ୟୁଜର୍ସଙ୍କୁ ସଠିକ୍ ସମୟରେ ମିଳି ପାରିବ । ତେବେ ନିକଟରେ ଏହି ଫିଚରଟି ଫେସବୁକରେ ଆରମ୍ଭ ହୋଇସାରିଛି ।

ସୌଜନ୍ୟ: ଦୈନିକ ଜାଗରଣ