ଇଂଜିନ୍ ସିଜରୁ କିପରି ପାଇବେ ମୁକ୍ତି ? ଆପଣାନ୍ତୁ ମାତ୍ର ୪ଟି ଟିପ୍ସ

55

ଆପଣ ଅଧିକାଂଶ ସମୟରେ ଗାଡିର ଇଂଜିନ ସିଜ୍ ହୋଇଯିବା କଥା ନିଶ୍ଚୟ ଶୁଣିଥିବେ । ହେଲେ ଆପଣ ଜାଣିଛନ୍ତି କି, ଏହି ଇଂଜିନ ସିଜର ଅର୍ଥ କଣ ? ତେବେ ଇଂଜିନ୍ ସିଜର ଅର୍ଥ ହେଲା ଇଂଜିନ ଲକ୍ ହୋଇଯାଇ, ଏଥିରେ ମୁଭମେଂଟ ହେବା ବନ୍ଦ ହୋଇଯିବା । ଅବହେଳା କାରଣରୁ ନା ହିଁ କେବଳ ପୁରୁଣା ଗାଡି ବରଂ ନୂଆ ଗାଡିମାନଙ୍କର ମଧ୍ୟ ଇଂଜିନ ସିଜ୍ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ଗାଡିର ଇଂଜିନ ସିଜ୍ ହେବାର କାରଣ ସଂପର୍କରେ ଜଣାଇବୁ, ଯାହା ଦ୍ୱାରା ଆପଣ  ବେଳ ଥାଉ ଥାଉ ସଜାଗ୍ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .  ।

• ଇଂଜିନ ସିଜ୍ ହେବାର ସବୁଠାରୁ ବଡ କାରଣ ହେଲା କି ଓଭରହିଟିଂ । ପ୍ରତ୍ୟେକ ଗାଡିରେ ତାପମାନ ଅଧିକ ହେବାର ସଙ୍କେତ ମିଳିଥାଏ । ଯଦି ଆପଣ ଏହାକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ଗାଡିର ଇଂଜିନ ସିଜ୍ ହେବା ଏକପ୍ରକାରେ ସୁନିଶ୍ଚିତ । ତେଣୁ ଏହାକୁ ଆଦୌ ଇଗନୋର କରନ୍ତୁ ନାହିଁ ।

• ଇଂଜିନ ସିଜ ହେବାର ଅନ୍ୟ ଏକ କାରଣ ହେଉଛି ଟାଇମିଂ ବେଲ୍ଟ ବା ଟାଇମିଂ ଚେନ୍ ବ୍ରେକ୍ ହୋଇଯିବା ।

• ଯଦି ଆପଣଙ୍କୁ ଇଂଜିନର ସିଲିଣ୍ଡରରେ ପାଣି ପସିଯାଇଛି ତେବେ ଏହାଦ୍ୱାରା ପିଷ୍ଟନ ଡ୍ୟାମେଜ ହୋଇପାରେ । ଯାହାଦ୍ୱାରା ଆପଣଙ୍କର ଇଂଜନ ସିଜ୍ ମଧ୍ୟ ହୋଇପାରେ । ତେବେ ଏଭଳି ସମସ୍ୟା ସାଧାରଣତଃ ଗାଡିକୁ ପାଣିରେ ଚଲାଇବା ଦ୍ୱାରା ହୋଇଥାଏ ।

• ନିମ୍ନମାନର ପେଟ୍ରୋଲ ତଥା ଖରାପ ପେଟ୍ରୋଲ କିମ୍ବା ଡିଜେଲର ବ୍ୟବହାର ଦ୍ୱାରା ବି ଇଂଜିନ ସିଜ୍ ହେବାର ବିପଦ ରହିଥାଏ । ଏଥିପାଇଁ ଭଲ ପେଟ୍ରୋଲ ପମ୍ପରୁ ତେଲ ଗାଡିରେ ଭରନ୍ତୁ ।