କେମିତି ପାଇବେ ଏଟିଏମ୍ ଶୁଳ୍କରୁ ରକ୍ଷା ? ଆପଣାନ୍ତୁ କିଛି ସହଜ ଉପାୟ

20

ବିମୁଦ୍ରାକରଣ ପରେ ବ୍ୟାଙ୍କ ଗୁଡିକରେ ଅନେକ ନୂଆ ନୂଆ ନୀତି ନିୟମ ଦେଖିବାକୁ ମିଳିଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ଦେଖିବାକୁ ମିଳିଛି । ତେବେ ଏହାର ବଡ ଉଦାହରଣ ହେଉଛି , ଏଟିଏମରୁ ଟଙ୍କା ଉଠାଣ । ଅର୍ଥାତ୍ ବ୍ୟାଙ୍କ ନିୟମ ଅନୁସାରେ, ଯଦି ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସୀମାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାନ୍ତି ତେବେ ତାଙ୍କୁ ଏଥିପାଇଁ ଅଧିକ ଶୁଳ୍କ ଦେବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ଜଣାଇବୁ ଯାହାକୁ ସଠିକ୍ ଭାବେ ବ୍ୟବହାର କରିବାଦ୍ୱାରା ଆପଣ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ।

• ଯଦି ଆପଣ ଅଧିକାଂଶ ସମୟ ଏଟିଏମରୁ ଟଙ୍କା ଉଠାଉଛନ୍ତି । ତେବେ ଏହି ଅଭ୍ୟାସକୁ ଟିକେ କମ୍ କରି ଦିଅନ୍ତୁ ଏବଂ ବ୍ୟାଙ୍କ ନିୟମ ଅନୁସାରେ ନିର୍ଦ୍ଧାରିତ ଥର ଟଙ୍କା ଉଠାଇବାକୁ ପ୍ରୟାସ କରନ୍ତୁ ।

• ଯେତେବେଳେ ଆପଣ କୌଣସି ଡେବିଡ୍ କିମ୍ବା କ୍ରେଡିଟ୍ କାର୍ଡମାନ ବ୍ୟବହାର କରିବାକୁ ଯାଉଛନ୍ତି ତେବେ ଏହା ପୂର୍ବରୁ ଭଲଭାବେ ଚିନ୍ତା କରି ଏହାର ବ୍ୟବହାର କରନ୍ତୁ । ଅର୍ଥାତ୍ କେଉଁ ପ୍ରକାର କାର୍ଡ ବ୍ୟବହାର କଲେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ତା ସଂପର୍କରେ ସମସ୍ତ ତଥ୍ୟ ବ୍ୟାଙ୍କ କତ୍ତୃପକ୍ଷଙ୍କଠାରୁ ନିଶ୍ଚୟ ପରାମର୍ଶ ନିଅନ୍ତୁ ।

• ଯେତେବେଳେ ଆପଣ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏକଥା ଉପରେ ଧ୍ୟାନ ଦେବା ଉଚିତ୍ କି ଆପଣ ବ୍ୟବହାର କରୁଥିବା କାର୍ଡଟି ସେହି ବ୍ୟାଙ୍କର କି ନୁହେଁ । ଅର୍ଥାତ୍ ଆପଣ ସେହି ଏଟିଏମରୁ ଟଙ୍କା ଉଠାନ୍ତୁ ଯେଉଁ ବ୍ୟାଙ୍କରେ ଆପଣଙ୍କ ଆକାଉଂଟ ତଥା ଯେଉଁ ବ୍ୟାଙ୍କର ଏଟିଏମ୍ ଆପଣ ବ୍ୟବହାର କରୁଛନ୍ତି ।