ସାବଧାନ ! ଜୀବନ ନେଇପାରେ ଇୟରଫୋନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଗଲା ଚେତାବନୀ

128

ଆଜିର ଯୁବପୀଢିଙ୍କ ପାଇଁ ସ୍ମାର୍ଟଫୋନ ବ୍ୟବହାର ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ସେହିପରି ସ୍ମାର୍ଟଫୋନର ଚାହିଦା ବଢିବା ସହ ହେଡଫୋନର ବି କ୍ରେଜ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲୋକଙ୍କର ଏହି ପାଗଳାମୀ କାରଣରୁ ପ୍ରତିଦିନ କେହି ନା କେହି , କେଉଁଠି ନା କେଉଁଠି ଦୁର୍ଘଟଣାର ଶିକାର ହେଉଛନ୍ତି ଆଉ ଅକାଳରେ ମୃତ୍ୟୁର ମୁହଁ ଦେଖିବାକୁ ପଡୁଛି । ତେବେ ଏକଥା ଆମେ କହୁ ନାହିଁ ବରଂ ନିକଟରେ ଏକ ଅଧ୍ୟୟନରୁ ହିଁ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା ।

ଏହାବ୍ୟତୀତ ଏହାର ଏକ ସଦ୍ୟ ଉଦାହରଣ ହେଲା କୁଶୀନଗରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ୧୨ ଜଣ କୋମଳମତି ଶିଶୁଙ୍କର ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା । ସେମାନେ ଭାବିଥିଲେ ସବୁଦିନ ଭଳି ସେଦିନ ବି ସେମାନେ ସ୍କୁଲ ଯିବେ ଆଉ ପାଠ ପଢିବେ , ସାଙ୍ଗମାନଙ୍କ ସହ ଖେଳିବେ ହେଲେ କିଏ ଜାଣିଥିବା ସେଦିନ ସେମାନଙ୍କ ଜୀବନର ଶେଷଦିନ ହେବ ବୋଲି । ଆମେ ଏଠାରେ ନିକଟରେ କୁଶୀନଗରରେ ଘଟିଥିବା ଭୟାନକ ଦୁର୍ଘଟଣା ବିଷୟରେ କହୁଛୁ । ଏଠାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ରେଲୱେ କ୍ରସିଂରେ ଏକ ଟ୍ରେନକୁ ଧକ୍କା ଦେବା କାରଣରୁ ଘଟଣାସ୍ଥଳରେ ହିଁ । ୧୨ ଜଣ ନୀରିହ ଶିଶୁଙ୍କୁ ପ୍ରାଣବାୟୁ ଚାଲିଯାଇଥିଲା ଏବଂ ଅନ୍ୟ ୧୨ ଜଣ ପିଲା ଗୁରୁତର ଭାବରେ ଆହାତ ହୋଇ ଏବେବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏଭଳି ଏକ ବଡ ଦୁର୍ଘଟଣା ପଛର କାରଣ ଯଦି ଆପଣ ଜାଣିବେ ତେବେ ଆପଣ ବି ନିଜକୁ କେବେ କ୍ଷମା କରିପାରିବେ ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ଦୁର୍ଘଟଣା ପାଇଁ ଦାୟୀ ହେଉଛି ହେଡଫୋନ । ଆଜ୍ଞା ହଁ ! ହେଡଫୋନ । ସୂଚନା ମୁତାବକ, ଦୁର୍ଘଟଣା ସମୟରେ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଟିର ଡ୍ରାଇଭର ହେଡଫୋନରେ ଗୀତ ଶୁଣି ଶୁଣି ଡ୍ରାଇଭିଂ କରୁଥିଲେ । ଯେଉଁ କାରଣରୁ ଟ୍ରେନର ହର୍ଣ୍ଣ ତାଙ୍କୁ ଶୁଣାଯାଇନଥିଲା । ଫଳରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ଦେଶରେ ଏଭଳି ଘଟଣା ଘଟିବା କୌଣସି ନୂଆ ନୁହେଁ ବରଂ ପୂର୍ବରୁ ବି ଏହି ହେଡଫୋନକୁ ନେଇ ଅନେକ ଦୁର୍ଘଟଣା ଘଟିଛି ଆଉ ଅନେକ ଲୋକଙ୍କୁ ଜୀବନ ମଧ୍ୟ ଯାଇଛି । ଯାହାର ଏକ ଅଧ୍ୟୟନ କରିଥିଲା ଏମ୍ସର ଟ୍ରୋମା ସେଂଟର । ଏହି ଅଧ୍ୟୟନ ଅନୁସାରେ ,ଦେଶରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାର ଦାୟୀ ହେଉଛି ହେଡଫୋନ । କାରଣ କାନରେ ହେଡଫୋନ ଲଗାଇ ରାସ୍ତା ପାରି ହେବା କିମ୍ବା ରାସ୍ତାରେ ଚାଲୁଥିବା ସମୟରେ ଆମର ପୂରା ଏକାଗ୍ରତା ଫୋନଉପକୁ ହିଂ ଚାଲିଆସିଥାଏ । ଯାହାଦ୍ୱାରା ଆମକୁ ଜଣା ପଡିନଥାଏ କି ଆଖପାଖରେ କଣ ଘଟୁଛି । ଫଳରେ ଆମେ ଦୁର୍ଘଟଣା ଶିକାର ହୋଇଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଡବ୍ଲୁଏଚଓର ସୂଚନା ଅନୁସାରେ, ଅଡିଓ ଡିଭାଇସ ବ୍ୟବହାର ଦ୍ୱାରା ସଂପୂର୍ଣ୍ଣ ବିଶ୍ୱର ପାଖାପାଖି ୧୦୧ କୋଟି ଯୁବା ଶ୍ରବଣ ଶକ୍ତିର କ୍ଷମତା ହରାଇବସିଥାନ୍ତି ।