ଅଦାଲତଙ୍କ ଅଜବ ନିଷ୍ପତି: ସ୍ୱାମୀର ମୃତ୍ୟୁରେ ନକାନ୍ଦିବାରୁ ମହିଳାଙ୍କୁ ଶୁଣାଇଲେ ୫ ବର୍ଷ କାଳ ଜେଲ ଦଣ୍ଡାଦେଶ

ମହିଳା ଜଣକ ଗତ ପାଂଚ ବର୍ଷ ହେଲା ଜେଲରେ ଥିଲେ

199

ଯଦି ଆପଣଙ୍କୁ କୁହାଯାଏ କି, ଜଣେ ସ୍ତ୍ରୀକୁ ନିଜ ସ୍ୱାମୀର ମୃତ୍ୟୁରେ ନକାନ୍ଦିବା କାରଣରୁ ଜେଲ ଯିବାକୁ ପଡିଛି । ତେବେ ବୋଧହୁଏ ଆପଣଙ୍କୁ ଖବରଟି ନିଶ୍ଚିତ ରୂପରେ ମିଛ ବୋଲି ଲାଗିବ । ହେଲେ ବିଶ୍ୱାସ ନ ହେଲେ ବି ଏହା ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ । ନିକଟରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଆସାମରେ । ଯେଉଁଠି ଜଣେ ମହିଳାଙ୍କୁ ସ୍ଥାନୀୟ ଅଦାଲତ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ବୋଲି ସାବ୍ୟସ୍ତ କରିଛି ଏବଂ ଗୋହାଟୀ ହାଇକୋର୍ଟ ବି ଏହି ଦଣ୍ଡାଦେଶକୁ କାଏମ ରଖିଛି । ଏହାପରେ ଯେତେବେଳେ ଏହି ମାମଲାଟି ସୁପ୍ରିମକୋର୍ଟରେ ପହଂଚିଥିଲା ତେବେ ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟର ଏହି ଯୁକ୍ତିକୁ ଖାରଜ କରିବା ସହିତ ମହିଳା ଜଣଙ୍କୁ ଦଣ୍ଡମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ମହିଳା ଜଣକ ଗତ ପାଂଚ ବର୍ଷ ହେଲା ଜେଲରେ ବନ୍ଦୀ ଅବସ୍ଥାରେ ଥିଲେ ।

ସୂଚନା ମୁତାବକ, ନିମ୍ନ ଅଦାଲତର ନିଷ୍ପତିକୁ କାଏମ ରଖିବାକୁ ଯାଇ ହାଇକୋର୍ଟ ଏହି ଦଲିଲ ଦେଇଥିଲେ କି ମହିଳାଙ୍କର ନିଜ ସ୍ୱାମୀଙ୍କର ଅପ୍ରାକୃତିକ ମୃତ୍ୟୁ ଉପରେ ନକାନ୍ଦିବା ଏକ ଅପ୍ରାକୃତିକ ଆଚରଣ ଅଟେ । ଯାହାକି ବିନା କୌଣସି ସନ୍ଦେହରେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରୁଛି । ଖାଲି ଏତିକି ନୁହେଁ, ଉଭୟ ନିମ୍ନ ଅଦାଲତ ଏବଂ ଏବଂ ହାଇକୋର୍ଟ ଏପ୍ରସଙ୍ଗରେ ବି ଜୋର ଦେଇଥିଲେ କି ଯେଉଁ ଦିନ ଉକ୍ତ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ସେ ଦିନ ସେ ତାଙ୍କ ପାଖରେ ହିଁ ଥିଲେ । ବଡ କଥା ହେଲା କି ସ୍ୱାମୀଙ୍କ ମୃତ୍ୟୁରେ ମହିଳା ଜଣକ ସାମାନ୍ୟ ବି ମନ ଦୁଃଖ କରିନଥିଲେ କି କାନ୍ଦି ବି ନଥିଲେ , ଯାହାଦ୍ୱାରା ତାଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଥିଲା ଏବଂ ଏହା ପ୍ରମାଣିତ କରୁଛି କି, ସେ ହିଁ ନିଜ ସ୍ୱାମୀଙ୍କର ହତ୍ୟା କରିଛି ବୋଲି ।

ସେହିପରି ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ୍ ଆରଏଫ ନରିମନ ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କ ଖଣ୍ଡପୀଠରେ କହିଛି କି, ଘଟଣାସ୍ଥଳରେ ଉପସ୍ଥିତ ଯାହାସବୁ ସାକ୍ଷ୍ୟ ରହିଛି ତାକୁ ଆଧାର କରି ଏହା କହିବା ଠିକ୍ ହେବ ନି କି ମହିଳା ଜଣକ ହିଁ ନିଜ ସ୍ୱାମୀଙ୍କର ହତ୍ୟା କରିଥିବେ ବୋଲି । ଏଥିସହିତ ହିଁ ମହିଳାଙ୍କୁ ଜେଲରୁ ବାହାର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସୁପ୍ରିମକୋର୍ଟ ଖଣ୍ଡପୀଠରେ କହିଛନ୍ତି କି, ବାସ୍ତବିକତା ଏହା ହେଲା କି ଅଭିଯୋଜକ ପକ୍ଷର ସାକ୍ଷଙ୍କୁ ମହିଳାଙ୍କ ଆଖିରେ ଲୁହ ଦେଖାଯ୍ଧବନଥିଲା । ଯାହାକୁ ଅଦାଲତ ଅପ୍ରାକୃତିକ ବ୍ୟବହାର ମାନିନେଲେ ସତ ହେଲେ ଏହାକୁ ଆଧାର କରି କୌଣସି ବି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ।