କନକ ବ୍ୟୁରୋ: ଇଏ କୌଣସି ଉତ୍ସବର ଦୃଶ୍ୟ ନୁହେଁ । ଏହା ହେଉଛି ଜଣେ ଶିକ୍ଷୟିତ୍ରୀଙ୍କ ଅବସରର ଦିନ । ତାଙ୍କ ରିଟାୟରମେଣ୍ଟ ଦିନଟିକୁ ସ୍ମରଣୀୟ କରିବାକୁ ଏସବୁର ଆୟୋଜନ ।
ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଆଜମେରର ଏକ ସ୍କୁଲ ପରିସରରେ । ଅଶା ତ୍ରିପାଠୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କର ଅବସର ଦିନରେ ତାଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ତାଙ୍କ ପୁଅ ଓ ସ୍ୱାମୀ । ଏହି ଦିନଟିକୁ ସ୍ମରଣୀୟ କରିବାକୁ ସଫ୍ଟୱେର ଇଞ୍ଜିନିୟର ଥିବା ତାଙ୍କ ପୁଅ ତାଙ୍କ ପାଇଁ ଦିଲ୍ଲୀରୁ କୋଟି କୋଟି ଟଙ୍କା ମୂଲ୍ୟର ଦାମୀ ଲିମୋଜିନ୍ କାର ଆଣି ସେଥିରେ ତାଙ୍କୁ ଘରକୁ ପାଛୋଟି ନେଇଛନ୍ତି ।

Advertisment

୩୫ ବର୍ଷର ଚାକିରି ଜୀବନରେ ଅନେକ ଉତ୍ତାନ ପତନ ଦେଖିଛନ୍ତି ଆଶା ଦେବୀ । ଚାକିରି ଜୀବନରେ ତାଙ୍କୁ ଅନେକ ଘାତପ୍ରତିଘାତର ସାମ୍ନା କରିବାକୁ ପଡିଛି । ହେଲେ ଚାକିରିର ବିଦାୟୀ ଦିନଟିକୁ ଯେପରି ଚିର ସ୍ମରଣୀୟ କରି ରଖାଯିବ ଏବଂ ଏହି ଦିନ ଯେପରି ତାଙ୍କର ମନ କଷ୍ଟ ନହୁଏ ସେଥିପାଇଁ ତାଙ୍କୁ ଖୁସି କରିବାକୁ ଏଭଳି ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ଆଶା ଦେବୀଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ତ୍ରିପାଠୀ ।
ଆଶାଦେବୀଙ୍କୁ ଅବସର ଦିନ ହେଲିକପ୍ଟରରେ ଘରକୁ ପାଛୋଟି ନେବାକୁ ଯୋଜନା କରିଥିଲେ ପୁଅ । ହେଲେ ପାଗ ଖରାପ ଥିବାର ଏହା ସମ୍ଭବ ହୋଇପାରିନଥିଲା । ତେଣୁ ଇମୋଜିନ୍ ଭଳି ଦାମୀ କାରର ବ୍ୟବସ୍ଥା ହୋଇଥିଲା । ଏହି କାରରେ ରହିଛି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା । ଟିଭି, ଫ୍ରିଜ୍, ଡଲପ ସହ ମକ୍ଟେଲର ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ ତାଙ୍କ ପାଇଁ ପୁଅର ଏଭଳି ଉପହାର ଦେଖି କାନ୍ଦିପକାଇଥିଲେ ଆଶା ଦେବୀ । ଏହା କେବଳ ଅବସରଦିନ ନୁହେଁ ବରଂ ସାରା ଜୀବନର ପରିଶ୍ରମର ମୂଲ୍ୟ ବୋଲି କହିଛନ୍ତି ଆଶା ଦେବୀ ।