ଯେକୌଣସି ନମ୍ବରକୁ କଲ କରି ମାଗଣାରେ ହୋଇପାରିବେ କଥା ! ଗୋପନୀୟ ରହିବ ଆପଣଙ୍କର ନମ୍ବର, ଜାଣନ୍ତୁ ପୂରା ପ୍ରକ୍ରିୟା

38

ଆପଣ ଆପଣଙ୍କର ବାସ୍ତବ ନମ୍ବରକୁ ଗୋପନୀୟ ରଖି କୌଣସି ବି ନେଟୱର୍କରେ କଲ୍ କରି ଘଂଟା ଘଂଟା ଧରି କଥା କରିପାରିବେ । ଆଉ ସେ ବି ପୁଣି ସଂପୂର୍ଣ୍ଣ ରୂପେ ମାଗଣାରେ । ଏଥିରେ ଆପଣଙ୍କର ଟଙ୍କାଟିଏ ବି ଖର୍ଚ୍ଚ ହେବନାହିଁ । ହେଲେ ଏଥିପାଇଁ ଆପଣଙ୍କୁ ଖାଲି ଗୋଟିଏ ଆପ୍ ଡାଉନଲୋଡ କରିବାକୁ ପଡିବ ।  ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତୃତ ଭାବେ ଆଲୋଚନା କରିଛୁ ।

ଆପଣ ଏହି ମାଗଣା କଲିଂର ଆପଟିକୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରି ପାରିବେ । ଯାହାର ନାଁ ରହିଛି ଇଣ୍ଡିକଲ୍ । ଏହି ଆପ ଜରିଆରେ ଆପଣ ଆପଣଙ୍କର ପ୍ରିୟପରିଜନଙ୍କୁ ମାଗଣାରେ କଲ କରି ଘଂଟା ଘଂଟା ଧରି  କଥା ହୋଇପାରିବେ । ଖାଲି ସେତିକି ନୁହେଁ ଏହି ଆପ ଜରିଆରେ ଆପଣ ଦେଶ ବାହାରକୁ ମଧ୍ୟ ମାଗଣାରେ କଲ କରିପାରିବେ । ତେବେ ଏହି ଆପରେ କଲ୍ କରିବା ସମୟରେ ଆପଣଙ୍କର ବାସ୍ତବ ନମ୍ବର କାହାକୁ ଜଣା ହିଁ ପଡିବନି । ଏଥିପାଇଁ ଏହି ଆପରୁ କଲ୍ କରିବା ପାଇଁ ହେଲେ ଆପଣଙ୍କ ଫୋନରେ ଡାଟା ପ୍ୟାକ୍ ରହିବା ନିହାତି ଜରୁରୀ ଅଟେ । ଯଦି ଆପଣଙ୍କ ଫୋନରେ ଇଂଟରନେଟ୍ ନାହିଁ ତେବେ ଏହି ଆପ କାମ କରିବ ନାହିଁ ।

ଇଣ୍ଡିକଲ ଆପ ଜରିଆରେ ଆପଣ ପ୍ରତିଥର ନୂଆ ନମ୍ବରରେ କଲ କରିପାରିବେ । ଆପଣ ଏହି ଆପରୁ ଯେତେବେଳେ କଲ କରିବେ ସେତେବେଳେ ଆପଣ ଯାହା ନିକଟକୁ କଲ କରିଥିବେ ତାଙ୍କ ମୋବାଇଲ ସ୍କ୍ରିନରେ ଏକ ନୂଆ ନମ୍ବର ନଜର ଆସିବ । ସେହିପରି ବାରମ୍ବାର କଲ କରିବା ଦ୍ୱାରା ତାଙ୍କ ମୋବାଇଲ ସ୍କ୍ରିନରେ ନୂଆ ନମ୍ବର ହିଁ ନଜର ଆସିବ ଯାହା ଦ୍ୱାରା ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜଣା ପଡିବନି କି କିଏ କଲ କରିଛି । ଏଠାରେ ଆମେ କହି ରଖୁଛୁ କି, ଏହି ଆପର ସବୁଠାରୁ ବଡ ବିଶେଷତ୍ୱ ହେଲା କି ଏହାକୁ ଟ୍ରୁ କଲର ବି ଟ୍ରେସ୍ କରିପାରିବ ନାହିଁ ।