ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଡିଏମଇଟି କହିଲେ, କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ଦିଆଯାଉଛି ସ୍ୱତନ୍ତ୍ର ଫୋକସ୍

136

କନକ ବ୍ୟୁରୋ : ଡିଏମଇଟି ସିବିକେ ମହାନ୍ତି ମଧ୍ୟ ରାଜ୍ୟରେ ସଂକ୍ରମଣ କମୁଥିବା କହିଛନ୍ତି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମିକମି ଆସୁଛି । ଏଥିପାଇଁ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ଫୋକସ ଦିଆଯାଉଛି । ଦୈନିକ ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ସରକାର ଅନଲକ ସଂପର୍କରେ ନିଷ୍ପତ୍ତି ନେବେ ।

ତେବେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକେ ପୁଣି ଥରେ ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଡିଏମଇଟି । ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର ।

ଅନ୍ୟପକ୍ଷରେ, ସେପ୍ଟେମ୍ବର ୧୨ରୁ ନିଟ ପରୀକ୍ଷା ଆରମ୍ଭ ହେବ । କେନ୍ଦ୍ର ସରକାର ଯାହା ଗାଇଡ଼ଲାଇନ ଦେବେ ସେଇ ଅନୁଯାୟୀ ପରୀକ୍ଷା କରାଯିବ । ସାନିଟାଇଜସେନ, ସାମାଜିକ ଦୂରତା, ଓ ମାକ୍ସ ପିନ୍ଧି ପରୀକ୍ଷା କରାଯିବ । ସବୁ ପରୀକ୍ଷା ବନ୍ଦ କରି ହେବନି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି  ।