ଏଟିଏମ କାର୍ଡ ଜରିଆରେ ନିଜ ଗ୍ରାହକମାନଙ୍କୁ ବ୍ୟାଙ୍କ ଦେଇଥାଏ ୫ଟି ଗୁରୁତ୍ୱପୂର୍ଣ୍ଣ ସର୍ଭିସ୍ : ଆପଣଙ୍କୁ ବି ମିଳିପାରେ ଏହି ସୁବିଧା, ଜାଣନ୍ତୁ କିଭଳି

35

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଆହୁରୀ ଅନେକ ସାରା ସୁବିଧାଗୁଡିକ ମଧ୍ୟ ଦେଇରଖିଥାଏ । ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଅପଲବ୍ଧ ଡାଟା ମୁତାବକ, ଏସବିଆଇର ୫୯,୫୪୧ ଏଟିଏମ ରହିଛି । ଗ୍ରାହକମାନେ ଷ୍ଟେଟ ବ୍ୟାଙ୍କ ଗ୍ରୁପର ବାକି ଏଟିଏମ ତଥା ଷ୍ଟେଟ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ ମସୂର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ ତ୍ରାବଣକୋରରୁ ମାଗଣାରେ ଟଙ୍କା କାରବାର କରିପାରିବେ । ଦେଶରେ ଅଧିକାଂଶ ବ୍ୟାଙ୍କ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡେବିଟ କାର୍ଡ ଉପଲବ୍ଧ କରାଇଥାନ୍ତି । ଆଜି ଆମେ ଆପଣ ଏହି ଖବର ଜରିଆରେ ଏସିବିଆଇ ତରଫରୁ ଦିଆଯାଉଥିବା ପାଂଚଟି ଏଟିଏମ ସର୍ଭିସ ସଂପର୍କରେ ସୂଚନା ଦେବାକୁ ଯାଉଛୁ ।

କ୍ୟାସ ଉଠାଇବା

ଏସବିଆଇ ଏଟିଏମ କାଡଧାରକ ଗୋଟିଏ ଦିନରେ ଡେବିଟ କାର୍ଡରୁ ପାଖାପାଖି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ । ଯେବେକି ହାୟର ଭାଲ୍ୟୁ କାର୍ଡରୁ ଗୋଟିଏ ଦିନରେ ୧ ଲ ଲକ୍ଷ ଟଙ୍କା ଉଠାଇପାରିବେ । ବ୍ୟାଙ୍କ ମୁତାବକ, ଏସିବିଆଇ ଏଟିଏମରୁ ଫାଷ୍ଟ କ୍ୟାସ ସର୍ଭିସର ସୁବିଧା ରହିଛି । ଯେଉଁଥିରେ ଆପଣ ୧୦୦, ୨୦୦, ୫୦୦, ୨୦୦୦, ୩୦୦୦, ୫୦୦୦ ଏବଂ ୧୦ ହଜାର ବି ଉଠାଇ ପାରିବେ ।

ପିନ ଚେଂଜ

ଗ୍ରାହକମାନେ ନିିୟମିତ ଅନ୍ତରାଳରେ ନିଜର ପାସୱାର୍ଡ ପରିବର୍ତ୍ତନ କରିବା ପାଇଁ ଏସିବିଆଇ ଏଟିଏମର ପିନ ଚେଂଜ ସେବାର ବ୍ୟବହାର କରିପାରିବେ ।

ବାଲାନ୍ସ ଇନକ୍ୱାରୀ

କଷ୍ଟମର ନିଜ ଏସବିଆଇ ଆକାଉଂଟରେ ବାଲାନ୍ସ ଚେକ୍ କରିପାରିବେ । ସେମାନଙ୍କୁ ଏଟିଏମର ଡିସପ୍ଲେରେ ବକୟା ରକମ ନଜର ଆସିପାରେ କିମ୍ବା ସେମାନେ ଚାହିଁଲେ ଏହାର ପ୍ରିଂଟ ମଧ୍ୟ ନେଇପାରିବେ ।

ମୋବାଇଲ ଟପ ଅପ

କଷ୍ଟମ ଏସବିଆଇ ଏଟିଏମ ଜରିଆରେ ନିଜ ପ୍ରିପେଡ ମୋବାଇଲ କନେକ୍ସନର ରିଚାର୍ଜ କରପାରିବେ ।

ଚେକ୍ ବୁକ ରିକ୍ୱେଷ୍ଟ

ଏସିବିଆଇ ଗ୍ରାହକମାନେ କୌଣସି ବି ବ୍ୟାଙ୍କର ବ୍ରାଂଚକୁ ନ ଯାଇ ଚେକ୍ ବୁକ୍ ଅର୍ଡର କରିପାରିବେ । ଥେିପାଇଁ ସେମାନଙ୍କୁ ଟଙ୍କା କାରବାର ପାଇଁ କୌଣସି ଜିନିଷର ଆବଶ୍ୟକତା ନାହିଁ । ଯଦି ବ୍ୟାଙ୍କରେ ଆପଣଙ୍କ ଠକଣା ରେଜଷ୍ଟର୍ଡ ରହିଛି ତେବେ ଚେକ୍ ବୁକ ଆପଣଙ୍କ ଘରେ ଯାଇ ପହଂଚାଇଦିଆଯିବ ।