ଏଭଳି ୪ଟି ପରିସ୍ଥିତିରେ ଯଦି ଆପଣ କାହାର ଜୀବନ ବି ନେଇଯାଆନ୍ତି, ତେବେ ମଧ୍ୟ ରୁଜୁ ହେବନି ମାମଲା..ପୁଲିସ୍ ବି କରିବ ସହାୟତା

ଏଭଳି ୪ଟି ଅବସ୍ଥାରେ ଆପଣ କାହାର ଜୀବନ ନେଇଗଲେ ବି ହେବ ନାହିଁ କେସ୍

1,277

ଦେଶର ଆଇନ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କୁ ନିଜର ସୁରକ୍ଷା ପାଇଁ କିଛି ଅଧିକାର ପ୍ରଦାନ କରାଯାଇଛି । ଯେଉଁଥିପାଇଁ ଆମକୁ ଏହି ଅଧିକାର ସଂପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ବରିଷ୍ଠ ଆଇନଜୀବୀଙ୍କ କଥାନୁସାରେ, କୌଣସି ବି ବ୍ୟକ୍ତିଙ୍କ ହାତରେ ବନ୍ଧୁକ କିମ୍ବା ମାରଣାସ୍ତ୍ର ଥିଲେ ଏବଂ ଆପଣଙ୍କୁ ଲାଗୁଛି କି ସେ ଆପଣଙ୍କୁ ଜୀବନରେ ମାରିବାକୁ ଚେଷ୍ଟ କରୁଛି ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ସୁରକ୍ଷା ନିଜେ ହିଁ କରିପାରିବେ ।

• ନିଜ ଶରୀର କିମ୍ବା ସଂପତିର ରକ୍ଷା କରିବା ପାଇଁ ଯଦି କୌଣସି ବ୍ୟକ୍ତି କାହାର ହତ୍ୟା ବି କରିଦିଏ ତେବେ ତାହା ଅପରାଧ ନୁହେଁ । ଇଣ୍ଡିଆନ ପ୍ୟାନେଳ କୋଡର ଧାରା ୧୦୩ ଏବଂ ୧୦୪ ମୁତାବକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେଲ୍ଫ ଡିଫେନ୍ସର ଅଧିକାର ଦିଆଯାଇଛି ।

• ଏହି ପରିପ୍ରେକ୍ଷୀରେ ଯଦି ସାମନା ବାଲା ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ନିଜକୁ ରକ୍ଷା କରିଥିବାକୁ ଯାଇ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଦୋଷୀ କରାଯାଇପାରିବ ନାହିଁ । ତେବେ ଉକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ସାବ୍ୟସ୍ତ କରିବାକୁ ହେବ କି, ଆତ୍ମରକ୍ଷା ପାଇଁ ତାଙ୍କୁ ଏଭଳି କରିବାକୁ ପଡିଥିଲା ବୋଲି ।

• କିଛି ମାମଲାରେ ଏଭଳି ବି ହୋଇଥାଏ କି, ପୁଲିସ ତଦନ୍ତରେ ହିଁ ପ୍ରମାଣିତ ହୋଇଯାଏ କି , ହତ୍ୟା କରିଥିବା ବ୍ୟକ୍ତି ଜଣକ ଆତ୍ମରକ୍ଷା ପାଇଁ ସାମ୍ନା ବାଲାକୁ ହତ୍ୟା କରିଛି ତେବେ ଏଭଳି ପରିସ୍ଥିତିରେ କୋର୍ଟକୁ ବି ଉକ୍ତ ମାମଲା ଯାଇନଥାଏ ଏବଂ ଆତ୍ମରକ୍ଷା ପାଇଁ ହତ୍ୟା କରିଥିବା ବ୍ୟକ୍ତିଙ୍କ ଉପରେ ବି କୌଣସି ପ୍ରକାରର ମାମଲା ରୁଜୁ କରାଯାଇପାରିବ ନାହିଁ ।

• ସେହିଭଳି ଚୋରି ଲୁଟ, ରାହାଜାନୀ , ଏବଂ ଦୁଷ୍କର୍ମ ଉଦ୍ୟମ ଭଳି ମାମଲାରେ ଏଭଳି ଲାଗିଥାଏ କି, ନିଜ ଜୀବନ ପ୍ରତି ବିପଦ ରହିଛି ତେବେ ଏଭଳି କରୁଥିବା ବ୍ୟକ୍ତିଙ୍କର ହତ୍ୟା ବି କରାଯାଇପାରିବ ।