ଗୋଟିଏ ଭୁଲ୍ ପାଇଁ ଏବେ ଡବା ହୋଇଯିବ ‘ଟିଭି’ । କାରଣ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

21

ସରକାରଙ୍କ ପକ୍ଷରୁ ଆରସି ଜାରି ହେବା ପରେ ବି ଏବେବି ୧୮ ଲକ୍ଷରୁ ଅଧିକ ଟଙ୍କା ମନୋରଂଜକ କର ବାବଦକୁ ଗୋମତିନଗର ଏବଂ ଅଲିଗଂଜ ଭଳି ଜିଲ୍ଲାରେ ଦୁଇଟି କେବୁଲ ଅପରେଟରଙ୍କ ଉପରେ ବାକି ରହିଛି । ଯେଉଁଥିପାଇଁ ଜିଲ୍ଲାଧିକାରୀ ବାଧ୍ୟହୋଇ ଏହି ଅପରେଟରଙ୍କୁ ନିଜର ପ୍ରସାରଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେମାନେ ୧୯ ତାରିଖ ସୁଦ୍ଧା ନିଜର ବକୟା ରାଶି ଏବଂ ଜରିମାନା ବାବଦକୁ ଟଙ୍କାକୁ ନ କାର୍ଯ୍ୟାଳୟରେ ଜମା ନକରନ୍ତି ତେବେ ସେମାନଙ୍କର ପ୍ରସାରଣକୁ ୨୦ ଜାନୁଆରୀକୁ ବନ୍ଦ କରିଦିଆଯିବ । ବଡକଥା ହେଲା କି, ଯଦି ଏହି କେବୁଲ ଅପରେଟରଙ୍କର ସର୍ଭିସକୁ ବନ୍ଦ କରିଦିଆଯାଏ ତେବେ ଏଥିରୁ ପାଖାପାଖି ୩୪୦୦ରୁ ଅଧିକ କନେକ୍ସନଧାରୀଙ୍କର ଟିଭି ଡବା ହୋଇଯିବ ।

 

 

ସୂଚନା ମୁତାବକ, ଏହି ଦୁଇଟି କେବୁଲ ଅପରେଟରଙ୍କୁ ନିଜ ପ୍ରସାରଣ ବାବଦକୁ କର ଦେବା ପାଇଁ ପୂର୍ବରୁ ଅନେକ ଥର ନୋଟିସ ପଠାଯାଇଥିଲା ମାତ୍ର ଏମାନେ ନୋଟିସକୁ ଅଣଦେଖା କରିବା ସହିତ ନିଜର ବାକି ଟଙ୍କାକୁ ଜମା କରିନଥିଲେ । ଯାହାଦ୍ୱାରା ବାଧ୍ୟ ହୋଇ ଜିଲ୍ଲାଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ୧୯ ଜାନୁଆରୀ ସୁଦ୍ଧା ଏହି ଟଙ୍କାକୁ ପଇଠ ନକଲେ ସେମାନଙ୍କର ପ୍ରସାରଣକୁ ୨୦ ଜାନୁଆରୀରୁ ବନ୍ଦ କରିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଦୁଇ କେବୁଲ ଅପରେଟର ହେଲେ ସୂର୍ଯ୍ୟ ସାଟେଲାଇଟ୍ ନେଟୱର୍କ, ଯାହା ଉପରେ ବାକି ରହିଛି ୧୨ ଲକ୍ଷ ଟଙ୍କା । ଏବଂ ଅନ୍ୟଟି ହେଲା, ଶ୍ରୃତି କେବୁଲ ଟିଭି ଅପରେଟର ଆଉ ଏହା ଉପରେ ବାକି ରହିଛି ୬.୬୩ ଲକ୍ଷ ଟଙ୍କା । ଏଠାରେ ଆମେ କହି ରଖୁଛି କି, ବାରମ୍ବାର ନୋଟିସ ପଠାଯିବା ପରେ ବି ଏମାନେ ନିଜର ବକେୟା ଟଙ୍କାକୁ ଜମା କରିବାକୁ ମଙ୍ଗିନଥିଲେ ତେଣୁ ବାଧ୍ୟ ହୋଇ ଏମାନଙ୍କର ପ୍ରସାରଣକୁ ବନ୍ଦ କରିଦିଆଯିବ ବୋଲି ଜିଲ୍ଲାଧିକାରୀ ଏଭଳି ନୋଟିସ ପଠାଇଛନ୍ତି ।

ସୌଜନ୍ୟ: ଅମର ଉଜାଲା