ଓରିହୋମ୍ ପକ୍ଷରୁ ଗୃହ ନିର୍ମାଣ ପାଇଁ ସ୍ୱତନ୍ତ୍ର ରିହାତି । ଗୃହ ନିର୍ମାଣର ବିଭିନ୍ନ କ୍ଷେତ୍ରରେ ୧୦% ଅଫର

149

ଗୃହ ନିର୍ମାଣର ବିଭିନ୍ନ ସେବା ଯୋଗାଣ କ୍ଷେତ୍ରରେ ପ୍ରମୁଖ କମ୍ପାନି ‘ଓରିହୋମ’ ପକ୍ଷରୁ ସ୍ୱତନ୍ତ୍ର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକ ଏହି ସମୟରେ ୧୦% ରିହାତି ପାଇପାରିବେ । ଏହାର ଅବଧି ସ୍ୱଳ୍ପ ସମୟ ଲାଗି ରହିଛି । ଏହି ଅଫରର ଲାଭ ନେଇ ଗ୍ରାହକସେମାନଙ୍କ ଘରକୁ ନୂଆ ବ୍ରାଣ୍ଡ ଲୁକ୍ ଦେଇପାରିବେ ବୋଲି ଓରିହୋମ୍ ପକ୍ଷରୁ କୁହାଯାଇଛି । କମ୍ପାନି ଏବେ ଇଣ୍ଟେରିୟର, ଏକ୍ସଟେରିୟର, ମେଣ୍ଟେନାନ୍ସ ଆଣ୍ଡ ରିନୋଭେସନ, ଲ୍ୟାଣ୍ଡ ସହକଷ୍ଟମାଇଜ ପ୍ରପର୍ଟି ଏବଂ ଗୃହ ନିର୍ମାଣ ସେବା ଯୋଗାଉଛି ।
ରାଜ୍ୟର ଯେକୌଣସି ସ୍ଥାନରେ ଗ୍ରାହକଙ୍କୁ କମ୍ପାନି ସେବା ଯୋଗାଣ ଦିଗରେ ଏହାର ଉଦ୍ୟମ ଜାରି ରଖିଛି । ଏହି ସେବାଗୁଡ଼ିକ ପାଇବାପାଇଁ ଗ୍ରାହକକମ୍ପାନି ସହ ସମ୍ପର୍କ କରିପାରିବେ । କମ୍ପାନିର କାର୍ଯ୍ୟାଳୟ ଭୁବନେଶ୍ୱରର ଲକ୍ଷ୍ମୀସାଗର, କଟକରୋଡ଼ ସ୍ଥିତ ଭଗବାନ ଟାୱାରଠାରେ ରହିଥିବା ବେଳେ କମ୍ପାନିର ଟୋଲ ଫ୍ରି ନମ୍ବର-୧୮୦୦୩୦୯୪୩୦୨ସମ୍ପର୍କ କରିହେବ । ଓରିହୋମ ୱେବସାଇଟ ଓରି-ହୋମ ଡଟ୍ ଓଆର୍ଜି ଡଟ୍ ଇନରୁ ସେବା ସମ୍ପର୍କିତ ବିଭିନ୍ନ ସୂଚନା ଲାଭ କରିପାରିବେ । ‘ପ୍ଲାନ ସ୍ମାର୍ଟର ଏବଂ ବିଲ୍ଡ ବେଟର’ ନୀତିରେ ଓରିହୋମ ବିଶ୍ୱାସ ରଖିଛି । ସେବା ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ପ୍ରଫେସନାଲଙ୍କ ସହାୟତା ନେଉଥିବା ଏହା କହିଛି । ସେହିଭଳି କୌଣସି ପ୍ରକଳ୍ପ କ୍ଷେତ୍ରରୁ ୩୦୦ରୁ ଉଦ୍ଧ୍ୱର୍ କ୍ୱାଲିଟି ଚେକ୍ ଦ୍ୱାରା ଗୁଣବତ୍ତାକୁ ଧ୍ୟାନରେ ରଖାଯାଉଛି । ଏହି ପରିପ୍ରେକ୍ଷୀରେ ଓରିହୋମର କମର୍ସିୟାଲ ଡ଼ିଭିଜନ ହେଡ୍, ଇଂ. ବର୍ଷା ଦାସ କହିଛନ୍ତି ଯେ, ଗ୍ରାହକଙ୍କ ଗୃହ ନିର୍ମାଣ ସମ୍ପର୍କିତ ବହୁବିଧ ଆବଶ୍ୟକତାକୁ ନଜରରେ ରଖି ଓରିହୋମ ସବୁବେଳେଗୁଣବତ୍ତା ସେବା ଯୋଗାଇ ଦେଉଛି । ବର୍ତ୍ତମାନ ଗ୍ରାହକଙ୍କୁ ଆମେ ୧୦% ଅଫର ପ୍ରଦାନ କରୁଛି ।ଏହାର ଅବଧି ସ୍ୱଳ୍ପ ସମୟ ଥିବାରୁ ଗ୍ରାହକ ଏହାର ଫାଇଦା ନେଇ ନିଜ ଘରକୁ ଏକ ବ୍ରାଣ୍ଡ୍ ନିୟୁ ଲୁକଦେଇପାରିବେ ।