ଖାଲି ପଡିଛି କି କୌଣସି ସ୍ଥାନ ? ତେବେ ସରକାରଙ୍କ ପାଇଁ ଖୋଲନ୍ତୁ କେନ୍ଦ୍ର, ମାସିକ ଆୟ ହେବ ୫୦ ହଜାରରୁ ବି ଅଧିକ ଟଙ୍କା

241

ଜନତାଙ୍କ ସୁବିଧା ପାଇଁ ମୋଦି ସରକାର ସବୁବେଳେ କିଛି ନା କିଛି ଜନହୀତକର ଯୋଜନା ମାନ ଭେଟି ଦେଇଥାନ୍ତି । ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ଭିତରେ ଅନେକ ଜନହୀତକର ଯୋଜନା ଲଂଚ କରିଛନ୍ତି ଯାହା ସାଧାରଣ ଲୋକଙ୍କ ଜୀବନର ମୋଡ ବଦଳାଇ ଦେଇଛି । ତେବେ ଏଭଳି ହିଁ ଏକ ନୂଆ ଯୋଜନା ଲଂଚ କରିଛନ୍ତି ମୋଦି । ଯେଉଁଥିରେ ଲୋକଙ୍କୁ ବହୁତ ଫାଇଦା ମିଳିବ ।

ସୂଚନା ମୁତାବକ, ମୋଦି ସରକାର କମନ ସରିଭିସ ସେଂଟର ତଥା ସିଏସସିର ପରିସରକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଅକ୍ଟୋବର ମାସରୁ ୭ଟି ନୂଆ ସେବାଗୁଡିକୁ ଏହି କମନ ସର୍ଭିସ ସେଂଟର ସହ ଯୋଡି ଦିଆଯାଇଛି । ଯାହାଦ୍ୱାରା କମନ ସର୍ଭିସ ସେଂଟର ପରିଚାଳନ କରୁଥିବାVillage Level Entrepreneur (ଭିଏଲଇ)ର ରୋଜଗାରରେ ବୃଦ୍ଧି ଆସିବ । ଆପଣ ମଧ୍ୟ ଏହି କମନ ସର୍ଭିସ୍ ସେଂଟର ଖୋଲି ନିଜର ଆୟକୁ ଦ୍ୱଗୁଣିତ କରିପାରିବେ ।

ଦାବୀ ରହିଛି କି, କମସ ସର୍ଭିସ ସେଂଟର ପରିଚାଳନ କରୁଥିବା ଭିଏଲଇର ମାସିକ ଆୟ ରହିଛି ୩୦ ହଜାର ଟଙ୍କାରେ ପହଂଚିଛି । ହେଲେ ସର୍ଭିସ ପରିସରକୁ ବଢାଇବା ପରେ ଏଥିରେ ଆହୁରୀ ମୁନାଫା ଆସିବ । ସୂଚନା ମୁତାବକ, ଅକ୍ଟୋବର ମାସରେ ୮ଟି ନୂଆ ସେବାର ଶୁଭାରମ୍ଭ ହୋଇଛି । ଏଥିରେ ପିଏଚଏଫଆଇରେ ବ୍ୟବହାର ହେଉଥିବା ସାମଗ୍ରୀ ତଥା ସଲ୍ୟୁସନ ଟୁ ଚେଂଜ, ଏନଏଚଆରସି ଅନଲାଇନ ଅଭିଯୋଗ ପଂଜିକରଣ-ଅନଲାଇନ ବିଲ ପେମେଂଟ ଇତ୍ୟାଦି ସାମିଲ ରହିଛି ।

ସରକାର ଯେଭଳି ଭାବରେ ଏହି କମନ ସର୍ଭିସ ସେଂଟରର ସର୍ଭିସଗୁଡିକର ପରିସର ବ୍ୟାପକ କରିବାକୁ ବସିଛନ୍ତି, ଏହାଦ୍ୱାରା ଏହି ସବୁ କେନ୍ଦ୍ରମାନଙ୍କର ରୋଜଗାର ବା ଆୟ ବହୁତ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଆପଣ କମନ ସର୍ଭିସ ସେଂଟର ଖୋଲି ପାରିବେ । ନ୍ୟସନାଲ ଇ-ଗର୍ଭନାନ୍ସ ପ୍ଲାନ ଆଧାରରେ ସରକାରୀ ସମସ୍ତ ସରକାରୀ ସର୍ଭିସ ଶସ୍ତା ଦରରେ ଲୋକଙ୍କ ନିକଟରେ ପହଂଚାଇବାକୁ ଚାହୁଁଛନ୍ତି । ଏଥିପାଇଁ ଡିପାର୍ଟମେଂଟ ଅଫ ଇନଫର୍ମେସନ ଆଣ୍ଡ ଟେକନୋଲୋଜି ଦ୍ୱାରା ସାରା ଦେଶରେ କମନ ସର୍ଭିସ ସେଂଟର ଖୋଲା ଯାଉଛି । କମନ ସର୍ଭିସ ସେଂଟର, ଯେଉଁ ବ୍ୟକ୍ତିଙ୍କୁ ଦିଆଯିବ , ତାଙ୍କୁVillage Level Entrepreneur କୁହାଯିବ ।

ଯଦି ଆପଣ ସିଏସସି ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଏଥିପାଇଁ ଅତି କମରେ ୧୦୦ରୁ ୧୫୦ ବର୍ଗ ଫୁଟର ସ୍ପେସ ଥିବା ଆବଶ୍ୟକ । ଏହାଛଡା ଅତି କମରେ ଗୋଟିଏ କମ୍ପ୍ୟୁଟର(ୟୁପିଏସ ସହିତ ), ଗୋଟିଏ ପ୍ରିଂଟର,ଡିଜିଟାଲ/େଓବ କ୍ୟାମେରା, ଜେନରେଟର କିମ୍ବା ଇନଭଟର କିମ୍ବା ସୋଲାର ପ୍ୟାନେଲ, ଅପରେଟିଂ ସିଷ୍ଟମ ଏବଂ ଆପ୍ଲିକେସନ ସଫ୍ଟଓୟାର , ବ୍ରଡବ୍ୟାଣ୍ଡ କନେକସନ ଥିବା ଦରକାର । ତେବେ ଏଥିପାଇଁ ଆପଣଙ୍କୁ ୨ରୁ ସାଢେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।