ଖରାପ ବୀମା ପଲିସି ବିକ୍ରୀ କରିବା ଉପରେ ବ୍ୟାଙ୍କିଂ ଲୋକପାଳରେ କରିପାରିବେ ଅଭିଯୋଗ ! ମୂଳ ସହିତ କ୍ଷତିପୂରଣ ବାବଦକୁ ମିଳିବ ଅତିରିକ୍ତ ୧ ଲକ୍ଷ ଟଙ୍କା

58

ସାଧାରଣତଃ ବ୍ୟାଙ୍କକୁ ଯିବା କ୍ଷଣି ହିଁ ଉଭୟ ବ୍ୟାଙ୍କ ଓ ବିଭିନ୍ନ ବୀମା କଂପାନୀମାନଙ୍କର ଅଧିକାରୀମାନେ ଗ୍ରାହକଙ୍କୁ ମ୍ୟୁଚୁଆଲ ଫଣ୍ଡରେ ନିଜର ଟଙ୍କା ନିବେଶ କିମ୍ବା କୌଣସି ବୀମା ପଲିସି କିଣିବାକୁ ବାଧ୍ୟ କରିଥାନ୍ତି । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏଭଳି କାର୍ଯ୍ୟ କୌଣସି ଆଇନ ବିରୋଧି କାମ ନୁହେଁ, କାରଣ ନା ବ୍ୟାଙ୍କଗୁଡିକୁ ଥାର୍ଡ ପାର୍ଟି ପ୍ରୋଜେକ୍ଟ ବିକିବାକୁ ଅନୁମତି ଦିଆଯାଇଛି । ତେବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କିମ୍ବା ବୀମା ପଲିସି କିଣିବା ପରେ ଯଦି ଆପଣଙ୍କର କୌଣସି ଅଭିଯୋଗ ରହିଥାଏ ତେବେ ଏଥିରେ ବ୍ୟାଙ୍କ ଆପଣଙ୍କୁ କୌଣସି ସହଯୋଗ କରି ନଥାଏ ।

ଯଦି ଆପଣ ବ୍ୟାଙ୍କରୁ କୌଣସି ବୀମା ପଲିସି କିଣିଛନ୍ତି କିମ୍ବା ସେ ସଂପର୍କିତ ଆପଣଙ୍କର କୌଣସି ଅଭିଯୋଗ ରହିଛି ତେବେ ଆପଣଙ୍କୁ ବୀମା କଂପାନୀ କିମ୍ବା ବୀମା ଲୋକପାଳଙ୍କ ନିକଟକୁ ଯିବାକୁ ପଡୁଥିଲା । ଏଥସହିତ ଥାର୍ଡ ପାର୍ଟି ପ୍ରୋଜେକ୍ଟସ, ଯିଏକି ବ୍ୟାଙ୍କଗୁଡିକରୁ ଫିସ-ଆଧାରିତ ରାଜସ୍ୱ ନେଉଥିଲେ, ବ୍ୟାଙ୍କିଂ ଲୋକପାଳ ପରିସର ବାହାରେ ରହିଥିଲା ।

ତେବେ ଖୁବଶୀଘ୍ର ହିଁ ଏହି ନିୟମ ବଦଳିବାକୁ ଯାଉଛି । ୨୩ ଜୁନ, ୨୦୧୭ରେ ଜାରି କରାଯାଇଥିବା ସୂଚନା ଅନୁସାରେ, ଯଦି ବ୍ୟାଙ୍କ ଗ୍ରାହକଙ୍କୁ ଭୁଲ୍ କିମ୍ବା ଖରାପ ଥାର୍ଡ ପାର୍ଟି ପ୍ରଜେକ୍ଟସ ବିକ୍ରୀ କରନ୍ତି ତେବେ ଏନେଇ ଗ୍ରାହକ ସିଧାସଳଖ ବ୍ୟାଙ୍କିଂ ଲୋକପାଳ ନିକଟକୁ ଯାଇପାରିବେ । ଅଧିସୂଚନା ମୁତାବକ, ଆରବିଆଇର କହିବା କଥା ହେଲା, ସେମାନେ ବ୍ୟାଙ୍କିଂ ଲୋକପାଳ ସ୍କିମ ୨୦୦୬ର ସର୍କଲକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏଥିରେ ବିକ୍ରୀ କରାଯାଉଥିବା ବୀମା ପଲିସିକୁ ନେଇ ଗ୍ରାହକଙ୍କର ବିଭିନ୍ନ ସମସ୍ୟା, ମ୍ୟୁଚୁଆଲ ଫଣ୍ଡ ଏବଂ ବ୍ୟାଙ୍କ ତରଫରୁ ଅଫର କରାଯାଉଥିବା ଥାର୍ଡ ପାର୍ଟି ପ୍ରୋଜେକ୍ଟ ସାମିଲ ରହିବ । ଲୋକପାଳ ଯୋଜନା ବ୍ୟାଙ୍କ ପକ୍ଷରୁ ଅଫର କରାଯାଇଥିବା ସେବା ସମ୍ବର୍ଦ୍ଧିତ ଅଭିଯୋଗଗୁଡିକର ସମାଧାନ କରିବା ସହ ଅନ୍ୟାନ୍ୟ ସୁବିଧାମାନ ଗ୍ରାହକଙ୍କୁ ଯୋଗାଇ ଦେଇଥାଏ ।

ଆରବିଆଇ କେବଳ ଲୋକପାଳ ଯୋଜନାର ପରିସରକୁ ବୃଦ୍ଧି କରି ନାହିଁ ବରଂ ଏଥିସହିତ କିଛି ନୁଆ ନିୟମ ସହାୟତାରେ ଏହାର ଅଧିକାର କ୍ଷେତ୍ରକୁ ବି ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ବ୍ୟାଙ୍କିଂ ଲୋକପାଳ କେବଳ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଡର ପାସ୍ କରିପାରୁଥିଲା, ଯାହାକୁ ବର୍ତ୍ତମାନ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି । ଏହାବ୍ୟତୀତ, ବ୍ୟାଙ୍କିଂ ଲୋକପାଳ ଅଭିଯୋଗକାରୀଙ୍କର ଟଙ୍କା ଏବଂ ସମୟର କ୍ଷତି, ଉତ୍ପିଡନ ଏବଂ ମାନସିକ କଷ୍ଟ ପାଇଁ ଏକ ଲକ୍ଷ ଟଙ୍କା ଅତିରିକ୍ତ କ୍ଷତିପୂରଣ ବାବାଦକୁ ଦେଇପାରନ୍ତି ।

କେଉଁ ପରିସ୍ଥିତିରେ କରିପାରିବେ ଅଭିଯୋଗ

• କୌଣସି ଥାର୍ଡ ପାର୍ଟି ଫାଇନାନ୍ସିଆଲ ପ୍ରୋଜେକ୍ଟ’ର ଖରାପ ବା ଭୁଲ୍ ବା ଅନୁଚିତ ବିକ୍ରୀ

• ପ୍ରୋଜେକ୍ଟ ବିକ୍ରୀ ସମୟରେ ପର୍ଯ୍ୟାପ୍ତ ପରିମାଣର ସୂଚନା ବା ତଥ୍ୟ ନଦେବା

• ଅଭିଯୋଗ ନିବାରଣ ପ୍ରକ୍ରିୟାର ଅବୈଧ ପ୍ରକଟନ

• ବ୍ୟାଙ୍କ ତରଫରୁ ବିକ୍ରୀ କରାଯାଇଥିବା ପରେ ବି ସେବାଗୁଡିକୁ ସୁବିଧାଜନକ କରିବାରେ ବିଳମ୍ବ କିମ୍ବା ମନା କରିବା

ଅଭିଯୋଗ କରିବାର ପ୍ରକ୍ରିୟା

ଆଇନ ଅନୁସାରେ ବ୍ୟାଙ୍କର ପ୍ରତିଟି ଶାଖାଙ୍କୁ ବ୍ୟାଙ୍କିଂ ଲୋକପାଳ କାର୍ଯ୍ୟାଳୟ ଠିକଣା ଦେବାକୁ ପଡିବ । ଅଭିଯୋଗକାରୀ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ । ଅଭିଯୋଗରେ କ୍ଷତିର ସ୍ତର ଏବଂ ଦାବି କରାଯାଇଥିବା କ୍ଷତିପୁରଣକୁ ସ୍ପଷ୍ଟ କରିବାକୁ ପଡିଥାଏ ।

ଏଠାରେ ଆମେ କହି ରଖୁଛୁ କି, ବ୍ୟାଙ୍କିଂ ଲୋକପାଳ ନିକୟରେ ଅଭିଯୋଗ ଦାଖଲ କରିବା ପୂର୍ବରୁ ଅଭିଯୋଗକାରୀଙ୍କୁ ପ୍ରଥମେ ଆଧିକାରୀକ ରୂପରେ ବ୍ୟାଙ୍କ ନିକଟରେ ଏକ ଅଭିଯୋଗ ଫାଇଲ କରିବାକୁ ପଡିଥାଏ । ଏହାପରେ ୩୦ ଦିନ ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ଅପେକ୍ଷା କରିବାକୁ ପଡିଥାଏ । ପରିସ୍ଥିତି ଏଭଳି ରହିଥିଲା କି, ଯଦି ବ୍ୟାଙ୍କ କାହାକୁ ଭୁଲ ବା ଖରାପ ବୀମା ପଲିସି କିମ୍ବା ମ୍ୟୁଚୁଆଲ ଫଣ୍ଡ ସ୍କିମ ବିକ୍ରୀ କରିଛି ତେବେ ସେ କେବଳ ବୀମା ବା ଫଣ୍ଡ ହାଉସ ନିକଟକୁ ହିଁ ଯାଇପାରିବେ । ତେବେ ବ୍ୟାଙ୍କିଂ ଲୋକପାଳ ନିକଟରେ ଅଭିଯୋଗ ପତ୍ର ଦାଖଲ କରିବା ଦ୍ୱାରା ଗ୍ରାହକଙ୍କ ନା କୌଣସି ଫିସ୍ ଦେବାକୁ ପଡିଥାଏ, ନା ହିଁ କୌଣସି ଓକିଲଙ୍କ ନିକଟକୁ ଦୌଡିବାକୁ ପଡିଥାଏ । ଗ୍ରାହକ ଜଣେ ଅଧିକୃତ ପ୍ରତିନିଧି ହିସାବରେ ନିଜର ମାମଲାକୁ ପ୍ରତିନିଧିତ୍ୱ କରିପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ