ମଦ ପିଉଥିବା ଲୋକଙ୍କ ମୁଣ୍ଡରେ ପଡିଲା ଚଡକ ! ସହଜରେ ମିଳିବନାହିଁ ମାଦକ ଦ୍ରବ୍ୟ, ପିଇବା ପୂର୍ବରୁ ଭାବିବାକୁ ପଡିବ ହଜାରେ ଥର

74

ମଦ ପିଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଖରାପ ଖବର । ଯାହାକୁ ଜାଣିବା ପରେ ଆପଣ ମଦ କିଣିବା ପୂର୍ବରୁ ହଜାର ଥର ଚିନ୍ତା କରିବେ । ତେବେ ମାମଲାଟି କଣ ହୋଇପାରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ସୂଚନା ମୁତାବକ, ଆସନ୍ତା ମାସରୁ ମଦର ଦାମ ୧୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଯିବ । ନୂଆ ଅବକାରୀ ନୀତି ଆଧାରରେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିବାର ଯେଉଁ ବ୍ୟବସ୍ଥା ରହିଛି ତାର ସିଧା ପ୍ରଭାବ ମଦର ଦାମ ଉପରେ ହିଁ ପଡିବ । ତେବେ ଡିସକାଉଂଟରେ ମିଳୁଥିବା ମଦ ମଧ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଯିବ । କାରଣ, ସରକାର ଏହା ଉପରେ ୧୦ ପ୍ରତିଶତ ଆସେସମେଂଟ ଫିସ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ମଦ ଦୋକାନରେ ଅନଲାଇନ ନିଲାମୀ ଆଧାରରେ ମୂଲ୍ୟ ନିର୍ଦ୍ଧାରିତ କରିବା ପରେ ଯାଇ ହେବ । ତେବେ ଏହି ନିୟମ ବର୍ତ୍ତମାନ ଉତ୍ତରାଖଣ୍ଡରେ ଏପ୍ରିଲ ମାସଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।
ନୂଆ ନିୟମ ଅନୁସାରେ, ମଦର ଦାମ ଏତେ ଅଧିକ କରାଯିବ କି ମଦ ପିଉଥିବା ଜଣେ ବ୍ୟକ୍ତି କିଣିବା ପୂର୍ବରୁ ହଜାରେ ଥରେ ଭାବିବ ।

ଏବେ ନଜର ପକାନ୍ତୁ ଅବକାରୀ ନୀତିର କିଛି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ. . .

• ମଦ ଦୋକାନୀଗୁଡିକର ଇ-ନିଲାମୀ କରାଯିବ ।

• ସର୍ତ୍ତ ଅଧିନରେ ୪ଟି ଲେଖାଏଁ ଦୋକାନ ସାମିଲ ହେବ ।

• ବାରର ଲାଇସେନ୍ସ ଫିସକୁ ମଧ୍ୟ ବୃଦ୍ଧି କରାଯିବ ।

• ମଦ ବିକ୍ରିକୁ ରୋକିବା ପାଇଁ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।

ନିୟମ ଏବଂ ସର୍ତ୍ତକୁ କଡାକଡି କରାଯିବ

ଦୋକାନୀଗୁଡିକର ଇ-ନିଲାମୀକୁ ନେଇ ନିୟମ ଏବଂ ସର୍ତ୍ତ ପ୍ରସ୍ତୁତ କରିବାକୁ ନେଇ ଅବକାରୀ ବିଭାଗରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ବିଭାଗରେ ଏହାକୁ ନେଇ ମଧ୍ୟ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଛି କି ଅବକାରୀ ନୀତିଗୁଡିକ କେବେ ୱେବସାଇଟରେ ଅପଲୋଡ କରାଯିବ । ଆବେଦନ କେବେଠାରୁ ମଗା ଯିବ ଏବଂ ଫାଇନାସିଆଲ ବିଡ ଖୋଲିବା ପରେ ନିଲାମୀ କିଭଳି ଭାବରେ କରାଯିବ । ଦେଶୀ ମଦ ଆଡାଗୁଡିକ ନିଲାମୀରେ ଭାଗ ନେବା ପାଇଁ ୨୨ ଟଙ୍କା ଶୁଳ୍କ ଏବଂ ବିଦେଶୀ ମଦ ଦୋକାନୀ ପାଇଁ ୨୫ ହଜାର ଟଙ୍କା ପ୍ରତି ଦୋକାନୀ ପିଛା ଶୁଳ୍କ ବାବଦକୁ ଦେବାକୁ ପଡିବ ।