ରାକ୍ଷୀରେ ଲାଗିବ ଗ୍ରହଣ ! ଭାରତ ସମେତ ଅନେକ ଦେଶରେ ଦେଖିବାକୁ ମିଳିବ ପ୍ରଭାବ

50

ଆଗାମୀ ଅଗଷ୍ଟ ୭ରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ । ଏହା ଭାରତର ସବୁ ସ୍ଥାନରୁ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ ରାତି ୧୦ଟା ୫୨ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୮ ରାତି ୧୨ଟା ୪୯ମିନିଟ ପର୍ଯ୍ୟନ୍ତ ଦେଖାଯିବ । ରକ୍ଷାବନ୍ଧନ ଅବସରରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ୧ଘଣ୍ଟା ୫୭ମିନିଟ ପର୍ଯ୍ୟନ୍ତ ଦେଖାଯିବ ବୋଲି ଜ୍ୟୋର୍ତିବିଦମାନେ ଆକଳନ କରିଛନ୍ତି ।

ଚନ୍ଦ୍ରଗ୍ରହଣ ପୁର୍ବ ଆଫ୍ରିକା, କେନ୍ଦ୍ର ରୁଷିଆ, ଚୀନ, ଭାରତ ଓ ଅଷ୍ଟ୍ରେଲିଆର ଅଧିକାଂଶ ସ୍ଥାନରୁ ଦେଖାଯିବ ବୋଲି ଭୂବିଜ୍ଞାନ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ଯେ, ଅଗଷ୍ଟ ୭ ପରେ ପରବର୍ତ୍ତି ଚନ୍ଦ୍ରଗ୍ରହଣ ୨୦୧୮ ଜାନୁଆରୀ ୩୧ରେ ହେବ । ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଭାରତରୁ ଦୃଶ୍ୟମାନ ହେବ ।

ସୂଚନାଯୋଗ୍ୟ, ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଯେତେବେଳେ ପୃଥିବୀ ଆସିଥାଏ ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଅବସ୍ଥାନ ହେଲେ ଏହି ଚନ୍ଦ୍ରଗ୍ରହଣ ହୋଇଥାଏ । ଚନ୍ଦ୍ରଗ୍ରହଣର ଦୃଶ୍ୟ ପ୍ଲାନେଟୋରିୟମରେ ଥିବା ଯନ୍ତ୍ର ସାହାଯ୍ୟରେ ଭଳ ଭାବରେ ଦେଖାଯାଇଥାଏ । ସେଥିପାଇଁ ପ୍ଲାନେଟୋରିୟମ ଗୁଡ଼ିକରେ ଦର୍ଶକଙ୍କର ପ୍ରବଳ ଭିଡ଼ ଲାଗି ରହିଥାଏ ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍