ବେରୋଜଗାରୀଙ୍କୁ ଏବେ ଟଙ୍କା ଦେବେ ସରକାର ! ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନାର କିଭଳି ଉଠାଇବେ ଲାଭ ଓ କେଉଁଠି କରିବେ ପଂଜିକରଣ
ଏଣିକି ଚାକିରୀ ଚାଲିଗଲେ ବି ରହିବନି ଟେନସନ । ଚାକିରୀ ଚାଲିଗଲେ ଆପଣଙ୍କୁ ଆଉ ଟଙ୍କା ପାଇଁ କୌଣସି ବି ସମସ୍ୟା ରହିବନି । କାରଣ ମୋଦି ସରକାର ଘରୋଇ ସଂସ୍ଥାରେ କାମ କରିଥିବା କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଯାହାଦ୍ୱାରା ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ମିଳିବ । କାରଣ ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କର ଚାକିରୀର କୌଣସି ସ୍ଥାୟୀତ୍ୱ ନଥାଏ । ସେମାନଙ୍କର ଚାକିରୀ କୌଣସି ବି ମୁହୂର୍ତ୍ତରେ ଚାଲିଯାଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ପରିସ୍ଥିରେ ଯେପର୍ଯ୍ୟନ୍ତ ସେମାନଙ୍କୁ ଅନ୍ୟ କେଉଁଠି ଚାକିରୀ ନମିଳିଛି ସେପର୍ଯ୍ୟନ୍ତ ତାଙ୍କୁ ଅନେକ ସମସ୍ୟା ତଥା ଆର୍ଥିକ ସମସ୍ୟାର ସମ୍ମାୁଖୀନ ହେବାକୁ ପଡିଥାଏ । ଏପରିକି ଏଭଳି ପରିସ୍ଥିତି ଜଣେ ବ୍ୟକ୍ତିର ମନୋବଳକୁ ମଧ୍ୟ ଦୁର୍ବଳ କରିପକାଇଥାଏ । ତେଣୁ ଲୋକଙ୍କର ଏହି ସମ୍ୟାଗୁଡିକର ସମାଧାନ ପାଇଁ ମୋଦି ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ତରଫରୁ ଚାକିର ଚାଲିଯିବା ସ୍ଥିତରେ ଲୋକଙ୍କୁ ଆର୍ଥିକ ସହାୟତା ଦେବାର ପ୍ରସ୍ତାବକୁ ମଂଜୁରୀ ମିଳିଛି ।
‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ’ ଯୋଜନାକୁ ମଂଜରୁୀ
ଏଠାରେ ଆମେ କହି ରଖୁଛୁ କି, କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇଏସଆଇସି ନିଜ ୧୭୫ତମ ବୈଠକ କରିଥିଲା । ଯେଉଁଥିରେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ମଂଜୁରୀ ମିଳିଛି । ଏହି ଯୋଜନା ମୁତାବକ, ଯଦି କୌଣସି ବ୍ୟକ୍ତି ତଥା କର୍ମଚାରୀ ଇଏସଆଇସି ଯୋଜନାର ଅନ୍ତର୍ଭୁକ୍ତ, ତେବେ ସେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଆଧାରରେ ଚାକିିରୀ ଚାଲି ଯିବା ପରିସ୍ଥିତିରେ କିମ୍ବା ନୂଆ ଚାକିରୀ ନ ମିଳିବା ପର୍ଯ୍ୟନ୍ତ ସରକାର ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ସରକାରଙ୍କ ଏହି ଯୋଜନା ଅନୁସାରେ, ବୀମିତ ତଥା ଦେବାଳିଆ ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ସିଧା ସହୟତା ରାଶି ପଠାଯିବ । ଏହି ଯୋଜନାର ଅନ୍ୟ ବିବରଣୀ ସରକାର ଖୁବ୍ ଶୀଘ୍ର ହିଁ ଜାରି କରିବେ । ଏହି ନିଷ୍ପତି ଉପରେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ତରଫରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି । ଏହି ବୟନା ମୁତାବକ, ଭାରତରେ ରୋଜଗାରର ପ୍ରାରୁପ ଲଗାତର ଭାବରେ ପରିବର୍ତ୍ତନ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ଚାକିରୀ ଦୀର୍ଘ ଦିନ ପରିବର୍ତ୍ତେ ସ୍ୱଳ୍ପ ଅବଧୀ ବିଶିଷ୍ଟ ହୋଇଯାଇଛି । ଏଭଳି ପରିସ୍ଥିତିରେ କୌଣସି କଂପାନୀରୁ ଛଟେଇ ହୋଇଥିବା ପଂଜିକୃତ କର୍ମଚାରୀଙ୍କୁ ଆର୍ଥିକ ସହାୟତା ସରକାର ପ୍ରଦାନ କରିବେ ।
କଣ ଏହି ଯୋଜନା
ସରକାରଙ୍କ ଏହି ଯୋଜନା ଆଧାରରେ ବେରୋଜଗାରୀଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ଟଙ୍କା ପଠାଇ ଦିଆଯିବ । ଏହି ଟଙ୍କା ସେତେବେଳେ ଯାଇ ମିଳୁଥିବ, ଯେତେବେଳେ ଯାଇ ତାଙ୍କୁ କୌଣସି ଗୋଟିଏ ଭଲ ଚାକିରୀ ତଥା ସେ କେଉଁଠି ନିଯୁକ୍ତି ପାଇ ନଥିବେ ।
ଏକ ଆଧିକାରୀକ ବିଜ୍ଞପ୍ତି ଅନୁସାରେ, ବୀମାକୃତ ବ୍ୟକ୍ତିଙ୍କ ଆଶ୍ରିତଙ୍କ ପାଇଁ ସୁପର ସ୍ପେସିଆଲିଷ୍ଟ ଟ୍ରିଟମେଂଟର ଫାଇଦା ଉଠାଇବାର ଯୋଗ୍ୟତା ଏକ ବର୍ଷକୁ କମାଇ ୧୫୬ କରିଦିଆଯାଇଛି । ଯାହାଦ୍ୱାରା, ଏଣିକି ୧୫୬ ଦିନ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ବି ଏହି ଯୋଜନାର ଲାଭ ଉଠାଇପାରିବେ । ଆଇଏସଆଇସିର ବୀମାକୃତ ବ୍ୟକ୍ତିଙ୍କ ମୃତ୍ୟୁରେ ଖର୍ଚ୍ଚର ରାଶିକୁ ବି ୧୦ ହଜାରରୁ ୧୫ ହଜାର ଟଙ୍କାକୁ ବଢାଇ ଦିଆଯଇଛି । ଏଣିକି ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରିବା ପାଇଁ ୧୫ ହଜାର ଟଙ୍କା ସହାୟତା ରାଶି ମିଳିବ ।