ଧାର୍ଯ୍ୟ ସମୟ ସୀମା ପରେ ବାଣ ଫୁଟାଇଲେ ହେବ ମାସେ ଜେଲ୍ ! ଦେବାକୁ ପଡିବ ଏତିକି ଟଙ୍କା ଜରିମାନା , ଜାଣନ୍ତୁ ସବୁଜ ବାଣ କଣ ଏବଂ କାହିକିଁ ଲାଗିଲା କଟକଣା?

95

ଦୀପାବଳୀ ପୂର୍ବରୁ ଦେଶବ୍ୟାପୀ ବାଣ ବିକ୍ରୀ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତମୂଳକ ଭାବେ ବାଣ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ସେହିଭଳି ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧ଟା ୪୫ରୁ ୧୨ଟା ୧୫ ମାତ୍ର ଅଧଘଂଟା ପାଇଁ ବାଣ ଫୁଟାଯାଇପାରିବ । କେବଳ କମ୍ ପ୍ରଦୂଷଣ କରୁଥିବା ସବୁଜ ବାଣକୁ ବିକ୍ରୀ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହା ସହିତ ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମ୍ପାନୀଙ୍କ ଦ୍ୱାରା ଅନଲାଇନ୍ ବାଣ ବିକ୍ରି କରିପାରିବେ ନାହିଁ ।

ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଅନେକ ଲୋକଙ୍କ ମନରେ ଏବେବି ପ୍ରଶ୍ନ ଉଙ୍କି ମାରୁଛି କି , ଏହି ସବୁଜ ବାଣ କଣ ଏବଂ ନିର୍ଧାରିତ ସମୟ ପରେ ବାଣ ଫୁଟାଇଲେ କଣ ଦଣ୍ଡ ମିଳିବ? ତେବେ ପଢନ୍ତୁ ଏଭଳି କିଛି ପ୍ରଶ୍ନର ଉତର ।

ସବୁଜ ବାଣ କଣ?

ଧୁଆଁ ନ ବ୍ୟାପୁଥିବା ଏବଂ କମ ଶଦ୍ଦ ସୃଷ୍ଟି କରୁଥିବା ବାଣକୁ ସବୁଜ ବାଣ ବୋଲି କୁହାଯାଇଥାଏ । ଏଥିରେ ଲିଥିୟମ, ଆର୍ସେନିକ, ଆଂଟିମୋନି, ଲେଡ, ମର୍କରି ଏଭଳି ରସାୟନ ନଥାଏ । ତେବେ ଏବେବି ଭାରତୀୟ ବଜାରରେ ଏଭଳି ବାଣ ଉପଲବ୍ଧ ନାହିଁ ।

ନିର୍ଧାରିତ ସମୟ ସୀମା ପରେ ବାଣ ଫୁଟାଇବା ଉପରେ କଣ ଦଣ୍ଡ ମିଳିବ?

ଦିଲ୍ଲୀ ପୁଲିସ ତରଫରୁ କୁହାଯାଇଛି କି, ସମୟ ସୀମାର ପାଳନ ନକରିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଲାଗୁ କରାଯିବ । ଏଥିରେ ତାଙ୍କୁ ମାସକ ପାଇଁ ଜେଲ ଦଣ୍ଡ, ୨୦୦ ଟଙ୍କା ଜରିମାନା କିମ୍ବା ଦୁଇଟି ଯାକ ହୋଇପାରେ । ଗତବର୍ଷ ନିର୍ଧାରିତ ସମୟରେ ବାଣ ଫୁଟାଇବା ପାଇଁ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିଥିଲା ।

କେତେ ବେଗର ବାଣ ଫୁଟାଇ ପାରିବେ?

ସିପିସିବିର ଗାଇଡଲାଇନ୍ସ ଅନୁସାରେ, ଯେଉଁଠାରେ ସିଗଲ ବାଣ ଫୁଟାଯାଇଥାଏ ତାର ଠିକ୍ ୪ ମିଟର ଭିତରେ ତାର ଫୁଟିବା କାରଣରୁ ୧୨୫ ଡେସିବୁଲରୁ ଅଧିକ ଶଦ୍ଦ ନହେବା ଦରକାର । ସେହିପରି ଲଣ୍ଡି ବା ସିରିଜ ବାଲା ବାଣ ପାଇଁ ଏହି ଲିମିଟ୍ ୯୦ରୁ ୧୧୦ ଡେସିବୁଲ ରହିଛି । ଏବେ ଯେତେବେଳେ କୋର୍ଟ ତରଫରୁ ଲଣ୍ଡି ବାଲା ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତେବେ କୌଣସି ବି ଧ୍ୱନି ଲିମିଟ ବାଲା ଏଭଳି ବାଣଗୁଡିକୁ ଫୁଟାଇ ପାରିବେ ନାହିଁ ।

ଯଦି ଦୋକାନୀ ନିର୍ଧାରିତ ସୀମାଠାରୁ ଅଧିକ ପ୍ରଦୂଷଣ ଯୁକ୍ତ ବାଣ ବିକନ୍ତି ତେବେ କଣ ହେବ?

ଯଦି କୌଣସି ଦୋକାନୀ ନିର୍ଧାରିତ ସୀମାଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରି କରନ୍ତି ତେବେ ସେ ବିକୁଥିବା ସମସ୍ତ ବାଣକୁ ଜବତ କରିଦିଆଯିବ । ଏହିସହିତ ହିଁ ଦୋକାନୀଙ୍କ ଲାଇସେନ୍ସକୁ ବି ରଦ୍ଦ କରିଦିଆଯିବ । ଏହାପରେ ସେ ଆଉ କେବେ ବାଣ ବିକ୍ରି କରିପାରିବେ ନାହିଁ ।

ବିନା ଲାଇସେନ୍ସରେ ବାଣ ବିକ୍ରି କଲେ କଣ ହେବ?

ଦୋକାନୀଙ୍କୁ ଖୁବ୍ ଶୀଘ୍ର ଜିଲ୍ଲା ମାଜିଷ୍ଟ୍ରେଟ, ଏସଡିଏମ କାର୍ଯ୍ୟାଳୟ, ପୁଲିସ ଆୟୁକ୍ତ କିମ୍ବା ସମ୍ବନ୍ଧିତ ଅଥରିଟିଙ୍କଠାରୁ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ନେବାକୁ ହେବ । ବିନା ଲାଇସେନ୍ସ ପାଇଁ ବାଣ ବିକ୍ରି ଉପରେ ତାଙ୍କୁ କୋର୍ଟର ଅବମାନନା କରିଥିବା ଦୋଷୀ ଭାବରେ ଗ୍ରହଣ କରାଯିବ । ଏବଂ ଏହି ଆଧାରରେ ତାଙ୍କୁ ଦଣ୍ଡ ମଧ୍ୟ ମିଳିବ ।

କଣ ଦିପାବଳୀ ପରେ ବି ବାଣ ଫୁଟାଇପାରିବେ?

ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ସେହିଭଳି ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧ଟା ୪୫ରୁ ୧୨ଟା ୧୫ ମାତ୍ର ଅଧଘଂଟା ପାଇଁ ବାଣ ଫୁଟାଯାଇପାରିବ । କେବଳ କମ୍ ପ୍ରଦୂଷଣ କରୁଥିବା ସବୁଜ ବାଣକୁ ବିକ୍ରୀ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ ।