ଆମାଜନ୍ ସମରସେଲ୍ ଧାମାକା! ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଉପରେ ଆମାଜନ୍ ଦେଉଛି ଆକର୍ଷଣୀୟ ଡିସକାଉଣ୍ଟ.. ଜାଣନ୍ତୁ କାହା ଉପରେ ମିଳୁଛି କେତେ ଟଙ୍କାର ରିହାତି

28

ଆଜି ଠାରୁ ଆରମ୍ଭ ହୋଇଛି ଆମାଜନ୍ ସମର ସେଲ୍ ଧମାକା । ନାମିଦାମୀ ସ୍ମାର୍ଟ ଫୋନ୍ ସହିତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ଉପରେ ଆମାଜନ ଦେଉଛି ଆର୍ଷଣୀୟ ଅଫର । ମେ ୧୩ ରୁ ୧୬ ତାରିଖ ୪ ଦିନ ଧରି ଏହାର ଲାଭ ଆପଣମାନେ ଉଠାଇ ପାରିବେ ।

କାହା ଉପରେ କେତେ ଟଙ୍କାର ଡିସକାଉଣ୍ଟ୍:-

Honor 7X (4GB RAM) ମୋବାଇଲରେ ମିଳୁଛି ୨ହଜାର ଟଙ୍କାର ଡିସକାଉଣ୍ଟ୍ । ୧୬,୯୯୯ ଟଙ୍କା ବଦଳରେ ଆମାଜନରୁ ଆପଣ ଏହି ମୋବାଇଲ ୧୪,୯୯୯ ଟଙ୍କା ଦେଇ କିଣି ପାରିବେ । ଏହା ସହିତ Moto G5S Plus (64GB) ମୋବାଇଲରେ ୪ ହଜାର ଟଙ୍କାର ଧମଦାର ଅଫର ମିଳୁଥିବା ବେଳେ Redmi 5 ( 16 GB) ମୋବାଇଲରେ ୫୦୦ଟଙ୍କା ରହିହାତି ମିଳୁଛି ।

କେବଳ ଏତିକି ନୁହେଁ ଫୁଲ ଏଚ.ଡି ଟିଭି ଉପରେ ଭାରିମାତ୍ରାରେ ଡିସକାଉଣ୍ଟ ମିଳୁଛି । TCL (39 inches) ଫୁଲ୍ ଏଚ.ଡି ଟିଭି ଉପରେ ୮ହଜାର ୯୯୧ଟଙ୍କାର ଅଫର ସହ BPL (43) HD ଟିଭିରେ ୧୧ହଜାର ୯୯୧ ଟଙ୍କାର ଆକର୍ଷଣୀୟ ଡିସକାଉଣ୍ଟ ଦେଉଛି ଆମାଜନ । ଏହାସହିତ ଆମାଜନ ବ୍ଲୁଟୁଥ୍ ସ୍ପିକର୍ ଭଳି ଅନେକ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଉପରେ ଡସ୍କାଉଣ୍ଟ ଦେଉଛି ଆମାଜନ ।