ଆପଣଙ୍କ ଆଧାରକାର୍ଡ ହଜି ଯାଇଛି କି, କିମ୍ବା କରିନାହାଁନ୍ତି? ତେବେ ଘରେ ବସି ଏଭଳି ବନାଇନ୍ତୁ ନୂଆ ଆଧାର

130

ଆଧାର କାର୍ଡ । ଏବେ ଏକ ଜରୁରୀ ଦସ୍ତାବିଜ ପାଲଟିଯାଇଛି । ଉଭୟ ସରକାରୀ ଓ ବେସରକାରୀ କାମରେ ଆଧାରକୁ ଏକ ଜରୁରୀ ଦସ୍ତାବିଜ ଭାବରେ ଗ୍ରହଣ କରାଯାଏ। ଏପରିକି ବ୍ୟାଙ୍କରେ ଗୋଟିଏ ଖାତା ଖୋଲିବାକୁ ପଡିଲେ, ଆଧାର ଥିବା ନିହାତି ଦରକାର । କାରଣ ଆଧାର ବିନା ଆପଣ ଖାତା ବି ଖୋଲି ପାରିବେ ନାହିଁ । ତେବେ ମୋଟ ଉପରେ କହିବାକୁ ଗଲେ ଆଧାର ବିନା ସବୁ ଅଚଳ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଏ ତେବେ କଣ କରିବେ ? ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତିତ ହେବାକୁ ପଡିବନି । କାରଣ ଆଧାରର ଏନରୋଲମେଂଟ ନମ୍ବରରୁ ଏହାକୁ ପୁଣି ଥରେ ହାସଲ କରିପାରିବେ । ଏହି ଏନରୋଲମେଂଟ ନମ୍ବର ଆପଣଙ୍କୁ ଆଧାର ବନାଇବା ସମୟରେ ମିଳିଥାଏ, ହେଲେ ଯଦି ଏହି ନମ୍ବର ମଧ୍ୟ ଆପଣଙ୍କ ନିକଟରେ ନାହିଁ ତେବେ କଣ ହେବ ? ଏଭଳି ପରିସ୍ଥିତିରେ ଆପଣଙ୍କ ନିକଟରେ ନା ହିଁ ଆଧାର ନମ୍ବର ରହିଛି, ନା ହିଁ ଏନରୋଲମେଂଟ ନମ୍ବର । ତେବେ ଏସତ୍ୱେ ବି ଆପଣ ପୁଣି ଥରେ ଆଧାର କାର୍ଡ ପାଇପାରିବେ । ମାତ୍ର ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ଆଧାରର ଏନରୋଲମେଂଟ ସମୟରେ ରେଜିଷ୍ଟର୍ଡ ହେବା ନିହାତି ଜରୁରୀ ।

ଜାଣନ୍ତୁ ପୂରା ପ୍ରକ୍ରିୟା

• ସର୍ବପ୍ରଥମେ uidai.gov.in କୁ ଯାଇ ଆଧାର ଏନରୋଲମେଂଟ ସେକ୍ସନରେ ‘Retrieve Lost UID/EID’ ର ଅପସନରେ କ୍ଲିକ୍ କରନ୍ତୁ ।

• ଏହାପରେ ଏଠାରେ ଏକ ନୂଆ ପେଜ ଖୋଲିବ । ଏଥିରେ ଆଧାର ନମ୍ବର(UID) କିମ୍ବା ଏନରୋଲମେଂଟ ନମ୍ବର (EID)  ଭିତରୁ କୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଆପଣଙ୍କ ନାମ, ଆଧାର ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବର କିମ୍ବା ରେଜିଷ୍ଟର୍ଡ ଇମେଲ ଆଇଡ କିମ୍ବା ସିକ୍ୟୁରିଟି କୋଡ ଦିଅନ୍ତୁ ।

• ସିକ୍ୟୁରିଟି କୋଡ ଦେବା ପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡିରେ ଏକ ଓଟିପି ଆସିବ । ଯାହାକୁ ଏଠାରେ ଭରନ୍ତୁ ।

• ଏହାପରେ ଓଟିପି ଦେବା ପରେ ତାକୁ ଭେରିଫାଏ କରିବାକୁ ହେବ ।

• ଭେରିଫାଏ ହେବା ଦ୍ୱାରା ଆପଣଙ୍କ ଆଧାର ନମ୍ବର କିମ୍ବା ଏନରୋଲମେଂଟ ନମ୍ବର ଫୋନ କିମ୍ବା ଇମେଲ ଆଇଡିରେ ମିଳିଯିବ ।

• ଏହାପରେ ପୁଣି ଥରେ uidai.gov.in ରେ ଆଧାର ଏନରୋଲମେଂଟ ସେକ୍ସନରେ ଡାଉନଲୋଡ ଆଧାର ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଡାଉନଲୋଡ ଆଧାର ଉପରେ କ୍ଲିକ୍ କରିବା ପରେ ଆପଣ ଏକ ନୂଆ ପେଜ https://eaadhaar.uidai.gov.in/#/ରେ ପହଂଚିଯିବେ । ଯେଉଁଠି ସର୍ବପ୍ରଥମେ ଆଧାର ନମ୍ବର , ଏନରୋଲମେଂଟ ଆଇଡି କିମ୍ବା ଭର୍ଚ୍ୟୁଆଲ ଆଇଡି, ଯାହା ଆପଣଙ୍କୁ ଉପଲବ୍ଧ ହୋଇଛି, ସେହି ଅପସନରେ କ୍ଲିକ୍ କରନ୍ତୁ ।

• ନିର୍ଧାରିତ ସ୍ପେସରେ ଆଧାର ନମ୍ବର କିମ୍ବା ଏନରୋଲମେଂଟ ନମ୍ବର କିମ୍ବା ଭର୍ଚ୍ୟୁଆଲ ଆଇଡି ଦିଅନ୍ତୁ ।

• ଏହାପରେ କିଛି ଜରୁରୀ ଡିଟେଲ୍ସ ଯଥା ନାଁ, ପିନକୋଡ , ସିକ୍ୟୁରିଟି କୋଡ ଆଦି ଦେବାକୁ ହେବ ।

• ଏହାପରେ ଆପଣ ଓଟିପି ରିକ୍ୱେଷ୍ଟ ପଠାନ୍ତୁ ଏବଂ ପାଇଥିବା ଓଟିପିକୁ ନିର୍ଧାରିତ ସ୍ପେସରେ ଦିଅନ୍ତୁ ।

• ଓଟିପିକୁ ନିର୍ଧାରିତ ସ୍ପେସରେ ଦେବା ପରେ ଡାଉନଲୋଡ ଆଧାର ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ଆଧାରର ଇ-କପି ଡାଉନଲୋଡ ହୋଇଯିବ ।

ତେବେ ଆଧାରର ଇ-କପି ପାସଓାର୍ଡ ପ୍ରୋଟେକ୍ଟେଡ ହୋଇଥାଏ । ଏହାର ପାସଓାର୍ଡ ଆଧାରରେ ଉପଲବ୍ଧ ଥିବା ଆପଣଙ୍କ ନାଁ ପ୍ରଥମେ ୪ ଅକ୍ଷର (କ୍ୟାପିଟାଲରେ) ଏବଂ ଜନ୍ମ ବର୍ଷ ହୋଇଥାଏ । ଯଦି କାହାର ନାଁ କେବଳ ୩ ଅକ୍ଷର ବିଶିଷ୍ଟ ହୋଇଥାଏ ତେବେ ତିନି ଅକ୍ଷର ଏହଂ ଜନ୍ମ ବର୍ଷ ପାସଓାର୍ଡ ହେବ ।