ସରକାରଙ୍କ ବଡ ଘୋଷଣା: ୨ ନୁହେଁ ବରଂ ୪ ବର୍ଷିଆ କୋର୍ସ ହେବ ବିଏଡ, ଦ୍ୱାଦଶ ଶ୍ରେଣୀ ଡେଇଁବା ପରେ ସିଧା କରିପାରିବେ ବିଏଡ

1,410

ବ୍ୟାଚେଲର ଇନ ଏଡୁକେସନ ଅର୍ଥାତ୍ ବିଏଡ କୋର୍ସ ଆସନ୍ତା ବର୍ଷଠାରୁ ୪ ବର୍ଷିଆ ହୋଇଯିବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଗତ ଗୁରୁବାର ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଏହାଦ୍ୱାରା ଶିକ୍ଷାର ଗୁଣବତ୍ତାରେ ସୁଧାର ଆସିବ । ଏଠାରେ ଆମେ କହି ରଖୁଛୁ କି, ବିଏଡ କୋର୍ସ ବର୍ତ୍ତମାନ ୨ ବର୍ଷିଆ କୋର୍ସ ଅଟେ, ଯାହାକୁ ଗ୍ରାଜୁଏସନ ପରେ କରିପାରିବେ ।

ଛାତ୍ରଛାତ୍ରୀଙ୍କ ମିଳିବ ଲାଭ

ଏହି ନିୟମ ଲାଗୁ ହେବା ଦ୍ୱାରା ବିଏଡରେ ସିଧା ଆପଣ ଦ୍ୱାଦଶ ଶ୍ରେଣୀ ପାସ୍ ପରେ ପ୍ରବେଶ କରିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ଗୋଟିଏ ବର୍ଷ ବଂଚିଯିବ । ଏଥିସହିତ ହିଁ ଗ୍ରାଜୁଏସନ ଏବଂ ବିଏଡ ପାଇଁ ପୃଥକ ପୃଥକ ଫିସ ଦେବାକୁ ଆଉ ଦରକାର ପଡିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଏକ ବହୁତ ଭଲ ତରିକାରେ ଟିଚର ଟ୍ରେନିଂ ମିଳିପାରିବ । ଏଥିସହିତ ହିଁ ବିଏଡ ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ବର୍ତ୍ତମାନ ଘରୋଇ କଲେଜରୁ ବିଏଡର କୋର୍ସ କରିବା ପାଇଁ ଗୋଟିଏ ବର୍ଷରେ ପାଖାପାଖି ୫୦ ହଜାର ଟଙ୍କା ଲାଗିଯାଇଥାଏ । ଏଭଳି ପରିସ୍ଥିତିରେ ଗୋଟିଏ ବର୍ଷ କମିଯିବା ଦ୍ୱାରା ଆପଣଙ୍କର ୫୦ ହଜାର ଟଙ୍କା ସଂଚୟ ହୋଇଯିବ ।

ତିନୋଟି ବିଭାଗରେ କରିପାରିବେ ବିଏଡ

ଜାଭେଡକର ଆହୁରୀ ମଧ୍ୟ କହିଛନ୍ତି କି, ଆସନ୍ତା ବର୍ଷରୁ ୪ ବର୍ଷିଆ ବିଏଡ କୋର୍ସ ଆରମ୍ଭ ହେବ । ବର୍ତ୍ତମାନ ସମୟରେ ପାଠପଢାର ଗୁଣବତ୍ତା ବହୁ ନିମ୍ନ ସ୍ତରକୁ ଚାଲି ଆସିଛି । କାହିଁକି ନା ଏହା ଆଶାୟୀପ୍ରାର୍ଥୀଙ୍କ ପାଇଁ ଶେଷ ବିକଳ୍ପ ହୋଇଥାଏ । କିନ୍ତୁ ଏବେ ଏହାକୁ ଛାତ୍ରଛାତ୍ରୀଙ୍କର ପ୍ରଥମ ବିକଳ୍ପ କରାଯିବ । ଏହା ପ୍ରୋଫେସନାଲ ପସନ୍ଦ ହେବା ଦରକାର ନା କି ବଳକା ଭାବେ । ବିଏଡ କୋର୍ସ, ଗୋଟିଏ ବର୍ଷରୁ ଅଧିକ ବର୍ଷ ପାଇଁ ତିନୋଟି ବିଭାଗ ତଥା ଷ୍ଟ୍ରିମ୍ –ବିଏଡ, ବିକମ ଏବଂ ବିଏସସିରେ ବିଭକ୍ତ କରାଯିବ ।