ଧାନକିଣା ପ୍ରସଙ୍ଗ : ଆସନ୍ତାକାଲି ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

72

କନକ ବ୍ୟୁରୋ: ଧାନକିଣା ସମ୍ପର୍କରେ ଆସନ୍ତାକାଲି ବିଧାନସଭାରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଉତ୍ତର ରଖିବା ସହିତ ଆସନ୍ତା ୭ ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣିଥରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଅବଗତ କରିବେ । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନଥିଲା । ବାରମ୍ବାର ଗୃହ ମୁଲତବୀ ଯୋଗୁଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଏହାପରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରି ବାଚସ୍ପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।