କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବି କରି ସାରିଲେଣି ବାଚସ୍ପତି । ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ ।
ଏହାପୂର୍ବରୁ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିଥିଲେ । ଆଦିବାସୀଙ୍କ ଜମି ହଡ଼ପ ଯୋଜନା କରିଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପେସା ଆଇନ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଥିଲେ । ହଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ ଯାଏଁ ଗୃହ ମୁଲତବୀ କରାଯାଇଥିଲା । ପରେ ପୁଣିଥରେ ଗୃହରେ ସମାନ ସ୍ଥିତି ଦେଖିବା ପରେ ଗୃହକୁ ଆଉ ୪୫ ମିନିଟ୍ ପାଇଁ ମୁଲତବି କରିଥିଲେ ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/15-16.jpg)