ମାଲକାନଗିରି ଦରିଗୁଡାରୁ ସ୍ପେନର ବାର୍ସୀଲୋନା ! ଆଦିବାସୀ ଶିଶୁପୁତ୍ରକୁ ଆପଣେଇଲେ ବିଦେଶୀ ଦମ୍ପତି

39

କନକ ବ୍ୟୁରୋ: ଅନାଥ ଶିଶୁ ପୁତ୍ରକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି । ମାଲକାନଗିରି ଜିଲ୍ଲାର ଏକ ୬ ବର୍ଷର ଆଦିବାସୀ ଶିଶୁଙ୍କୁ ଆପଣେଇ ସ୍ପେନ ନେଲେ ନିସ୍ତାନ ଦମ୍ପତୀ । ସ୍ପେନ୍-ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ପୁତ୍ର ଭାବେ ଗ୍ରହଣ କରିଛନ୍ତି । ଦୁଇ ଦେଶର ସମସ୍ତ ନୀତି ନିୟମକୁ ପାଳନ କରି କୋରାପୁଟର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁ ପୁତ୍ରକୁ ଗ୍ରହଣ କରିବା ପୂର୍ବରୁ ଶୁଶୁଟିର ପୈତୃକ ଗାଁ ମାଲକାନଗିରି ଦରିଗୁଡା ବୁଲି ଦେଖିଥିଲେ ବିଦେଶୀ ଦମ୍ପତି ।

ଅନାଥ ଆଦିବାସୀ ଶିଶୁ ପୁତ୍ରକୁ ଆପଣେଇଛନ୍ତି ସ୍ପେନ ବାର୍ସୀଲୋନାର ଏକ ଦମ୍ପତି । ମଲକାନଗିରି ଦରିଗୁଡା ଗାଁର ୬ ବର୍ଷୀୟ ଅନାଥ ଶିଶୁ ନୟନ ମାଡକାମୀ ସମ୍ପର୍କରେ ଚାଇଲ୍ଡ ଆଡପଶନ ରିସୋର୍ସ ଅଥରିଟି – କାରା ୱେବସାଇଟରୁ ସୂଚନା ପାଇଥିଲେ ବାର୍ସୀଲୋନାର ଇଭାନ ହେରନାଣ୍ଡୋ ଓ ତାଙ୍କ ସ୍ତ୍ରୀ ସୁସାନା ନାଭାରେଟ୍ । ପୂର୍ବରୁ ଭାରତ ଭ୍ରମଣରେ ଆସିଥିବା ଏହି ଦମ୍ପତି ଭାରତକୁ ଭଲ ପାଉଥିଲେ । ତେଣୁ ନୟନକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବା ପାଇଁ ମନ ବଳେଇଥିଲେ । କାରା ୱେବସାଇଟରୁ ସବୁ ତଥ୍ୟ ପାଇବା ପରେ ସ୍ପେନ ଓ ଭାରତର ସବୁ ନୀତି ନିୟମକୁ ପାଳନ କରି ନୟନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସ୍ପେନ ଫେରିଛନ୍ତି ଇଭାନା ଓ ସୁସାନା ।

୪ ବର୍ଷ ବୟସରୁ ଜନ୍ମିତ ବାପା ମାଆଙ୍କୁ ହରାଇଛି ଦରିଗୁଡାର ଶିଶୁ ପୁତ୍ର ନୟନ ମାଡକାମୀ । କିଛି ଦିନ ପଡୋଶୀଙ୍କ ପାଖରେ ରହିବା ପରେ କୋରାପୁଟ ଦଶମନ୍ତପୁର ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖିଥିଲା ମାଲକାନଗିରି ପ୍ରଶାସନ । ତେବେ ଶିଶୁଟିକୁ କୋରାପୁଟ ପୋଷ୍ୟ ସନ୍ତାନ କେନ୍ଦ୍ରରୁ ନେବା ପୂର୍ବରୁ ନୟନର ନିଜ ଗାଁ ବୁଲି ଦେଖିବା ସହ ପାଖ ପଡୋଶୀଙ୍କ ସହ ଆଲୋଚନା କରିଥିଲେ ଇଭାନ ଓ ସୁସାନା ।

ମାଲକାନଗିରି ଜିଲ୍ଲାରେ ଅନେକ ଅନାଥ ଶିଶୁ ବିଭିନ୍ନ ଅନାଥ ଆଶ୍ରମରେ ଆଶ୍ରୟ ନେଇଛନ୍ତି । ଅନେକ ଶିଶୁ ପୁତ୍ର ଓ ଶିଶୁ କନ୍ୟାଙ୍କୁ ଭାରତର ବିଭିନ୍ନ କୋଣ ଅନୁକୋଣରେ ପୋଷ୍ୟ ସନ୍ତାନ ଭାବେ ଗ୍ରହାଣ କରାଯାଇଛି । ତେବେ ନୟନ ମାଡକାମୀଙ୍କ ଦୁଃଖର ଅନ୍ତ ଘଟାଇଛନ୍ତି ବିଦେଶୀ ଦମ୍ପତି ।