ଭାରତର ପ୍ରଥମ ଘରୋଇ ଉପଗ୍ରହକୁ ମହାକାଶ ପଠାଇଲା ସ୍ପେସ୍ ଏକ୍ସ ! ରେଡିଓ ଯୋଗାଯୋଗ କ୍ଷେତ୍ରରେ ହେବ ସହାୟକ ।

88

କନକ ବ୍ୟୁରୋ : ଭାରତର ପ୍ରଥମ ଘରୋଇ ଉପଗ୍ରହକୁ ମହାକାଶ ପଠାଇଲା ଆମେରିକୀୟ ଘରୋଇ ମହାକାଶ ଗବେଷଣା କେନ୍ଦ୍ର ସ୍ପେସ୍ ଏକ୍ସ  । ୨ କୋଟି ଟଙ୍କା ବିନିମୟରେ ଏହି ଏକ୍ସିଡସାଟ୍ ୧ ସାଟେଲାଇଟର ନିର୍ମାଣ ହୋଇଥିବା ବେଳେ ରେଡିଓ ଯୋଗାଯୋଗ କ୍ଷେତ୍ରରେ ଏହା ସହାୟକ ହେବ  । 

କାଲିଫର୍ଣ୍ଣିଆ ଭାଣ୍ଡେନବେସ୍ ଏୟାର ଷ୍ଟେସନରୁ ଫାଲକନ୍ ୯ ରକେଟ୍ ଯୋଗେ ଏହାକୁ ମହାକାଶକୁ ପ୍ରେରଣ କରାଯାଇଛି  । ସେପଟେ ଏହି ଏକକାଳୀନ ଉତକ୍ଷେପଣରେ ୧୮ଟି ଦେଶର ୬୩ଟି ଉପଗ୍ରହ ମହାକାଶକୁ ପ୍ରେରଣ କରାଯାଇଛି  । ଏକ୍ସିଡସାଟର ଜୀବନକାଳ ୫ ବର୍ଷ ଥିବା କୁହାଯାଉଛି  । ଆଗକୁ ଉପଗ୍ରହ ପ୍ରେରଣରେ ବେସରକାରୀ କମ୍ପାନୀଙ୍କ ପ୍ରବେଶ ନୂଆ ଦିଗ ଦେବାର କୁହାଯାଉଛି  ।