ବଦଳିଲା ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହର ଦିଗ ! ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ

49

କନକ ବ୍ୟୁରୋ : ବଦଳିଲା ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହର ଦିଗ । ଏହାର ପ୍ରଭାବରେ ରାଜ୍ୟରେ ଅନେକାଂଶରେ ତାତି କମିଛି । ଏଥିପାଇଁ ତାପାମାତ୍ରା ୪ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହାସହ ୨୭ ତାରିଖ ଯାଏଁ ତାତି ବଢିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ତାତି ବଢିଚାଲିଥିଲା ।

ଏପରିକି ଗତ ୨୨ତାରିଖରେ ଟିଟିଲାଗଡର ସର୍ବାଧିକ ତାପାମାତ୍ରା ୪୦ଡିଗ୍ରୀ ଛୁଇଁଥିଲା । ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ତାପମାତ୍ରା ଏପରି ବଢିଚାଲିଥିଲା । ତେଲେଙ୍ଗାନା, ନାଗପୁର ଆଦି ସ୍ଥାନରୁ ତତଲା ପବନ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ତାତି ବଢିବାରେ ଲାଗିଥିଲା । ଏହି ପବନର ପ୍ରବାହ କ୍ଷୀଣ ହୋଇଯାଇଛି । ଅନ୍ୟପକ୍ଷରେ ଉତର-ପଶ୍ଚିମ ଦିଗରୁ ଅପେକ୍ଷାକୃତ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି ।

ଦିଲ୍ଲୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଉତରପ୍ରଦେଶର କିଛି ଅଂଶରୁ ଏଭଳି ଥଣ୍ଡା ପବନ ପ୍ରଭାବିତ ହେଉଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଅଂଚଳରେ ତାପାମାତ୍ରା ୨ରୁ ୪ଡିଗ୍ରୀ କମିଛି । ତେବେ ପବନର ଗତି ଘଂଟାକୁ ୧୦ରୁ ୧୨କିଲୋମିଟର ଥିବାବେଳେ ବାୟୁମଣ୍ଡଳର ଉପରି ଭାଗରେ ଘଂଟାପିଛା ୨୦ରୁ ୨୫କିଲୋମିଟର ରହିବ । ଏହାର ପ୍ରଭାବରେ ସାମାନ୍ୟ କୁହୁଡି ହୋଇପାରେ ।