ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ଗମ୍ଭୀର ! ଆଜି ପୂର୍ବାହ୍ଣ ୧୦ଟାରେ ନବରଙ୍ଗପୁରର ଖାତିଗୁଡା ଓ ମୋରନା ଡ୍ୟାମରୁ ଖୋଲାଯିବ ୭ଟି ଗେଟ !
କନକ ବ୍ୟୁରୋ : ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ଗୁରୁତର ରହିଛି । ବର୍ଷାରେ ଅନେର ରାସ୍ତାଘାଟ ଭାଙ୍ଗଯାଇଥିବା ସମୟରେ ଅନେକ ଲୋକ ପାଣିରେ ଫସିଥିବା ସୂଚନା ମିଳିଛି । ତେବେ ନବରଙ୍ଗପୁର ଜିଲ୍ଲାରେ ଗତକାଲି ୪୩୩ ମିମି ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଅଧିକ ପରିମାଣରେ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ତେଣୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ରାତି ୯ଟା ସୁଦ୍ଧା ୬୩୯.୭୦ ମିଟର ରହିଥିଲା । ଏହି ଜଳ ଭଣ୍ଡାରର କ୍ଷମତା ୬୪୨.୫୦ ମିଟର। ତେବେ ରାତିରେ ବର୍ଷା ହୋଇଥିବାରୁ ଜଳଭଣ୍ଡାରର କ୍ଷମତାଠାରୁ ଅଧିକ ପରିମାଣର ପାଣି ରହିବାର ଆଶଙ୍କା ରହିଛି ତେଣୁ ଆଜି ୧୦ଟାରେ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ାଠାରେ ଥିବା ୫ଟି ଗେଟ୍ ଓ ମୋରନଠାରେ ଥିବା ଡ୍ୟାମରୁ ୨ଟି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଖାତିଗୁଡାଠାରେ ୫ଟି ଗେଟ୍ ଖୋଲାଗଲେ ବନ୍ୟା ପାଣି ଇନ୍ଦ୍ରାବତୀ ନଦୀରେ ପ୍ରବାହିତ ହେବ। ଏହାଦ୍ୱାରା ଇନ୍ଦ୍ରାବତୀ ନଦୀରେ ବନ୍ୟା ପାଣି ଆସି ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୧୬ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ସମସ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏଥିସହିତ ଇନ୍ଦ୍ରାବନୀ ନଦୀ କୂଳରେ ଥିବା ସମସ୍ତ ଗ୍ରାମକୁ ସତର୍କ ସୂଚନା ଦିଆଯାଇଥିବାର ପ୍ରଶାସନ ସୂଚନା ମିଳିଛି। ପ୍ରକାଶ ଥାଉକି ଗତ ୪ ବର୍ଷ ପୂର୍ବେ ଖାତିଗୁଡାଠାରେ ୨ଟି ଗେଟ୍ ଖୋଲାଯାଇଥିଲା। ତେବେ ସ୍ଥାନୀୟ ଲୋକମାନଙ୍କୁ ସତର୍କତା ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି ।