ଦୁର୍ନୀତି ଅଭିଯୋଗରେ ଦକ୍ଷିଣ କୋରିଆର ରାଷ୍ଟ୍ରମୁଖ୍ୟଙ୍କୁ ପଦଚ୍ୟୁତ କରିବା ପାଇଁ ସଂସଦର ଭୋଟିଂ

24

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପଦରୁ ହଟାଇବା ବିଶ୍ୱରେ ବିରଳ । ଯାହା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ । ପାର୍କ-ଗୁନ-ହେଙ୍କୁ ପଦଚ୍ୟୁତ କରିବା ଲାଗି ଭୋଟିଂ କରିଛି ଦେଶର ସଂସଦ । ଆଉ ଆଶ୍ଚର୍ଯ୍ୟର କଥା ହେଲା ତାଙ୍କ ନିଜ ଦଳର ୬୦ ପ୍ରତିଶତ ସାଂସଦ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି । ଦକ୍ଷିଣ କୋରିଆ ସମ୍ବିଧାନ ଅନୁସାରେ ଆଗାମୀ ୬ ମାସ ମଧ୍ୟରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ  କରିବ କୋର୍ଟ ।