ମଝି ଆକାଶରେ ବିମାନର ଦ୍ୱାର ଖୋଲିଦେଲେ ଯାତ୍ରୀ : ୧୦ରୁ ଅଧିକ ଆହତ; ବିମାନରେ ଥିଲେ ପାଖାପାଖି ୨୦୦ରୁ ଲୋକ

326

କନକ ବ୍ୟୁରୋ : ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ ଯାତ୍ରୀ । ଦକ୍ଷିଣ କୋରିଆ ଆକାଶରେ ଏଭଳି ଏକ ଘଟଣା ଘଟିଛି । ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ବିମାନଟି ଡାଏଗୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ଏହାର ଦୁଇ ମିନିଟ ପୂର୍ବରୁ କେହି ଜଣେ ଜରୁରୀକାଳୀନ ଦ୍ୱାର ଖୋଲି ଦେଇଥିଲେ । ସେତେବେଳେ ବିମାନଟି ଭୃପୃଷ୍ଠରୁ ୭୦୦ ଫୁଟ ଉପରେ ଥିଲା ।

ଅବତରଣ କରିବା ପରେ ବିିମାନଟି ଦୁଇ ତିନି ମିନିଟ୍ ସମୟ ରହିଥିଲା । ପରେ ଜଣେ ୩୦ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି । ୧୦ରୁ ଅଧିକ ଲୋକ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଏସିଆନ ଏୟାରଲାଇନ୍ସର ଏହି ବିମାନଟି ଜେଜୁ ଦ୍ୱୀପରୁ ଉଡାଣ ଆରମ୍ଭ କରିଥିଲା । ଏଥିରେ ୧୯୪ ଜଣ ଯାତ୍ରୀ ଥିବା ବେଳେ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ୍ ୨୦୦ ଜଣ ଥିଲେ ।