ପ୍ରଧାନମନ୍ତ୍ରୀଙ୍କ ରଙ୍ଗରେ ରଙ୍ଗେଇ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି : ପ୍ରତିଦିନ ମୋଦି ଜ୍ୟାକେଟ୍ ପିିନ୍ଧି ଯାଉଛନ୍ତି ଅଫିସ୍

122

ଭାରତ ହେଉ କି ଭାରତ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ତାଙ୍କର ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଜୀବନଶୈଳୀ ଠାରୁ ଆରମ୍ଭ କରି ତାଙ୍କ କୁର୍ତ୍ତା ହେଉକି ଜ୍ୟାକେଟ୍ ପାଇଁ ହେଉ ସେ ସବୁବେଳେ ଚର୍ଚ୍ଚାରେ । ବର୍ତ୍ତମାନ କେବଳ ଆମ ଦେଶରେ ନୁହେଁ ଅନ୍ୟ ଦେଶର ଲୋକେ ମଧ୍ୟ ମୋଦି ଜ୍ୟାକେଟ୍ ପ୍ରତି ଆକର୍ଷିତ ହେଉଛନ୍ତି । ଏବେ ଜଣେ ରାଷ୍ଟ୍ରପତି ମୋଦି ଜ୍ୟାକେଟର ଦିୱାନା ହୋଇଯାଇଛନ୍ତି । ସେ ବ୍ୟକ୍ତି ଜଣକ ଆଉ କେହି ନୁହେଁ ସେ ହେଲେ ଦକ୍ଷିଣ କୋରିଆ ରରାଷ୍ଟ୍ରପତି ମୁନ୍ ଜେ ଇନ୍ । ଏବେ ସେ ପ୍ରତିଦିନ ଅଫିସକୁ ମଧ୍ୟ ମୋଦି ଜ୍ୟାକେଟ୍ ପିନ୍ଧି ଯାଉଛନ୍ତି । ଏକଥା ନିଜେ ମୁନ୍ ଜେ ଇନ୍ ନିଜର ଟ୍ୱିଟର ଆକାଉଂଟରେ ଜଣାଇଛନ୍ତି ।

କେବଳ ଏତିକି ନୁହେଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଅନେକ ମୋଦି ଜ୍ୟାକେଟ୍ ତିଆରି କରାଇଛନ୍ତି । ଆଉ ସବୁ ଜ୍ୟାକେଟରେ ମୋଦି ଜ୍ୟାକେଟ୍ ବୋଲି ଲେଖାଇଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଚଳିତ ଦୀପାବଳୀ ଅବସରରେ ଭାରତ ଆସିବେ ।  ସେ ତାଙ୍କ ପତ୍ନୀଙ୍କ ସହ ସେ ଭାରତ ଆସୁଛନ୍ତି । ଟ୍ୱିଟର ଜରିଆରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି କହିଛନ୍ତି କିଛି ଦିନ ପୂର୍ବରୁ ସେ ଭାରତ ଯାତ୍ରାରେ ଆସିଥିଲେ । ଆଉ ସେହି ସମୟରେ ମୋଦିଙ୍କୁ କହିଥିଲେ, ସେ ଜ୍ୟାକଟେରେ ବେଶ୍ ଭଲ ଲାଗନ୍ତି । ଆଉ ସେତେବେଳେ ମୋଦି ତାଙ୍କର ମାପ ନେଇଯାଇଥିଲେ । ଆଉ ପରେ ତାଙ୍କୁ ଜ୍ୟାକେଟ ପଠାଇଦେଇଥିଲେ ।