ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ

ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ମାଲଦୀପ ଓ ଭାରତ ମଧ୍ୟରେ ଲାକ୍ଷାଦୀପକୁ ନେଇ ବିବାଦ ଉପୁଜିଛି । ଏହାରି ମଧ୍ୟରେ ମାଲଦୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମାଲିଦୀପ ସରକାର ସେହି ୩ ମନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାଲଦୀପ ଗସ୍ତର କିଛି ଫଟୋ ପୋଷ୍ଟ କରିଥିଲେ । ଏହା ଉପରେ ମାଲଦୀପର ଯୁବ ସଶକ୍ତିକରଣ ମନ୍ତ୍ରୀ ମାରିୟମ ଶିଓନା ଏହି ପୋଷ୍ଟ ଉପରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦ୍ୱାରା ଏହାକୁ ସମାଲୋଚନା କରାଯିବା ପରେ ସେ ତାଙ୍କ ଟିପ୍ପଣୀ ଡିଲିଟ୍ କରିଦେଇଥିଲେ   । ଏନେଇ ଭାରତ ତରଫରୁ ସମାଲୋଚନା କରାଯିବା ପରେ ମାଲଦୀପ ସରକାର କହିଥିଲେ କି, ଏହା ତାଙ୍କର ବ୍ୟକ୍ତିଗତ ମତ, ଏଥିରେ ମାଲଦୀପ ସରକାରଙ୍କର କୌଣସି ସଂପୃକ୍ତି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe