ସାମ୍ନାକୁ ଆସିଲା ତାଲିବାନର ଆଉ ଏକ ବର୍ବରତା, ଆଫଗାନ ସେନାର ରାଲି ଉପରେ ଆଖିବୁଜା ଗୁଳିମାଡ, ଅନେକ ନିହତ

577

କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଏବେ ସେଠାରେ ଦମନଲୀଳା ଆରମ୍ଭ କରିଛନ୍ତି ତାଲିବାନୀ ଯୋଦ୍ଧା । ଗୁରୁବାର ଦିନ ଆଫଗାନିସ୍ତାନର ଅସଦାବାଦ ସହରରେ କିଛି ଲୋକ ସ୍ୱାଧୀନତା ଦିବସ ଅବସରରେ ରାଲି କରୁଥିବା ବେଳେ ତାଲିବାନୀ ଯୋଦ୍ଧାମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଛନ୍ତି । ଏହା ଫଳରେ ଅନେକ ଆଫଗାନ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଭଳି ଘଟଣା ପରେ ପୁଣିଥରେ ସ୍ପଷ୍ଟ ହୋଇଛି କି, ତାଲିବାନୀମାନେ ନିଜର ଛବି ସୁଧାରିବାକୁ ଯେତେ ଚେଷ୍ଟା କରୁଥିଲେ ବି ହତ୍ୟା ଲୁଣ୍ଠନ ଭଳି ଚରିତ୍ରରୁ ବାହାରି ପାରୁନାହାନ୍ତି ସେମାନେ ।

ସମାଚାର ଏଜେନ୍ସ ରୟଟର୍ସ ମୁତାବକ ଅସଦାବାଦରେ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ଅବସରରେ କିଛି ଲୋକ ରାଲି ବାହାର କରିଥିଲେ । ଏହି ଅବସରରେ ଦେଶର ପତାକା ଉତ୍ତୋଳନ କରୁଥିବା କିଛି ଲୋକଙ୍କ ଉପରେ ତାଲିବାନୀ ଯୋଦ୍ଧାମାନେ ଗୁଳି ଚଳାଇଥିଲେ । ଏହାପରେ ଲୋକମାନେ ସେଠାରେ ପଳାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ଏପର୍ଯ୍ୟନ୍ତ ତାଲିବାନ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇ ନାହିଁ ।

କହିରଖୁ କି ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ଆଫଗାନବାସୀ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି । ଏହାପୂର୍ବରୁ ଗତକାଲି ତାଲିବାନୀ ଯୋଦ୍ଧାମାନେ କାବୁଲ ବିମାନବନ୍ଦରରେ ମହିଳା ଓ ଶିଶୁମାନଙ୍କ ଉପରେ ଆକ୍ରମଣ କରିଥିଲେ ।