ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଡେମି ପିଟର୍ସ ୨୦୧୭ ବର୍ଷର ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଲାଭ କରିଛନ୍ତି । ଆମେରିକାର ଲସ ଭେଗାସରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୯୨ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ହାସଲ କରିଛନ୍ତି । ୨୨ ବର୍ଷିୟ ଡେମି ବିଜନେସ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରିଛନ୍ତି ।
ମହିଳାଙ୍କୁ ଆତ୍ମରକ୍ଷା କୌଶଳ ଦେବା କାମରେ ଏବେ ସେ ନିଜକୁ ନିୟୋଜିତ ରଖିଛନ୍ତି । ପ୍ରତିଯୋଗିତା ସମୟରେ ଡେମିଙ୍କୁ ପ୍ରଶ୍ନ କରାଯାଇଥିଲା କି କର୍ମ କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କଣ ? ଆଉ ଏହାର ଉତ୍ତରରେ ଡେମି କହିଥିଲେ, ସମାନ ସମୟ ପାଇଁ ସମାନ କାମ କରି ପୁରୁଷମାନେ ଯେତିକି ପାରିଶ୍ରମିକ ପାଉଛନ୍ତି ତାର ୭୫ ପ୍ରତିଶତ ପାରିଶ୍ରମିକ ମହିଳାମାନେ ପାଇଥାନ୍ତି । ଏହା ହିଁ ସବୁଠାରୁ ବଡ ବିଡମ୍ବନା । ପ୍ରତିଯୋଗିତାରେ କଲମ୍ବିଆ ପ୍ରଥମ ରନର୍ସ ଅପ ଓ ଜାମାଇକା ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଶ୍ରଦ୍ଧା ଶଶିଧର ଶ୍ରେଷ୍ଠ ୧୬ ଜଣ ମଧ୍ୟରେ ସ୍ଥାନ ପାଇପାରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/south-africas-demi-leigh-nel-peters.jpg)