ଧୋନୀଙ୍କ ଭବିଷ୍ୟତ ନେଇ ଆସନ୍ତା ୨୪ରେ ଫୈସଲା । ଚୟନକର୍ତ୍ତାଙ୍କ ସହ ଆଲୋଚନା କରିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

1,588

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଭବିଷ୍ୟତ ନେଇ ଆସନ୍ତା ୨୪ ତାରିଖରେ ନିଷ୍ପତି ନେଇପାରେ ବିସିସିଆଇ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ନୂଆ ସଭାପତି ସୌରଭ ଗାଙ୍ଗୁଲି । ଜାତୀୟ ଦଳ ଚୟନକର୍ତାଙ୍କ ସହିତ ଧୋନୀଙ୍କ ଭବିଷ୍ୟତକୁ ନେଇ ସେ ଆସନ୍ତା ୨୪ ତାରିଖରେ ଆଲୋଚନା କରିବେ ବୋଲି କହିଛନ୍ତି ।

୩୯ ବର୍ଷୀୟ ଧୋନୀ ବିଶ୍ୱକପ୍ ପର ଠାରୁ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିନାହାନ୍ତି । ଆଉ ଏପରି ସ୍ଥିତିରେ ଆସନ୍ତା ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ପାଇଁ ଦଳ ଘୋଷଣା ବି ହେବାର ରହିଛି । ତେଣୁ ବାଂଲାଦେଶ ବିପକ୍ଷ ସିରିଜ ମାହିଙ୍କ କ୍ୟାରିୟରର ଶେଷ ସିରିଜ ହୋଇପାରେ ବୋଲି ଅନୁମାନ କରାଯାଉଛି । ୨୩ ତାରିଖରେ ବୋର୍ଡର ନୂଆ ସଭାପତି ଭାବେ ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିବେ । ଏହାର ପରଦିନ ଧୋନୀଙ୍କୁ ନେଇ ବୋର୍ଡ ନିଷ୍ପତି ନେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଗାଙ୍ଗୁଲି । ୨୦୧୯ ବିଶ୍ୱକପ୍ ଫାଇନାଲରେ ଭାରତ ହାରିବା ପର ଠାରୁ ଧୋନୀଙ୍କ ଅବସର ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଉଠୁଛି ।