ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ସମ୍ବର୍ଦ୍ଧନା !

32

କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ପ୍ରାୟ ୬୦ରୁ ଅଧିକ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଦାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସୌମ୍ୟରଞ୍ଜନଙ୍କୁ ଉପଢ଼ୌକନ, ମାନପତ୍ର ଓ ପାଇକମାନଙ୍କ ପକ୍ଷରୁ ଖଣ୍ଡା ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ସଭାରେ ଖୋର୍ଦ୍ଧା ସହର ତଥା ଜିଲ୍ଲାର ପ୍ରାୟ ୫ଜହାର ବୁଦ୍ଧିଜୀବି , ଆଇନଜୀବି, ଶିକ୍ଷାବିତ୍ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ଖୋର୍ଧାବାସୀ ଯେଉଁ ସ୍ନେହଁ ଶ୍ରଦ୍ଧା ଦେଇଛନ୍ତି ତାହା କଦାପି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ । ସେ କହିଛନ୍ତି ଖୋର୍ଦ୍ଧା ଓ ଖୋର୍ଧାବାସୀଙ୍କ ପ୍ରତି ତାଙ୍କର ଦୁର୍ବଳତା ରହିଛି ଓ ସେମାନଙ୍କ ଭଲ ପାଇବାକୁ ତଳେ ପକାଇବାକୁ ଦେବେ ନାହିଁ ।