ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା : ପରୀକ୍ଷା ଦେଉଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

327

କନକ ବ୍ୟୁରୋ : କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କି ପ୍ରତିଷ୍ଠା କିଛି ପ୍ରତିବନ୍ଧକ ହୁଏନି । ଠିକ୍ ସେହିଭଳି ଏକ ଉଦାହରଣ ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇର୍ ଆଜି ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

୩ଥର ବିଧାୟକ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଥିବା ବିଧାୟକଙ୍କ ଆଗ୍ରହ ଯୋଗୁଁ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମ୍ପୂର୍ଣ୍ଣ କୋଭିଡ୍ କଟକଣାକୁ ମାନି ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଭଳି ବିଧାୟକ ପୂର୍ଣ୍ଣଚନ୍ଦ୍ର ପରୀକ୍ଷା ଦେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୯ଟି ସେଂଟର ହୋଇଥିବାବେଳେ ୧୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତିି ।