ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଦେହାନ୍ତ । ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫୋନ୍ କରି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

498

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ସୋନି ମେହେଟ୍ଟାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା । ଭିଣୋଇଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ସୋନି ମେହେଟ୍ଟା ଜଣେ ଖ୍ୟାତି ସମ୍ପନ୍ନ ଲେଖକ ତଥା ପ୍ରକାଶକ ଥିଲେ । ଆଲଫ୍ରେଡ ଏ ନୋଫର ଏଡିଟର ଇନ ଚିଫ ଏବଂ ନୋଫ ଡବଲଡେ ପବ୍ଲିସିଂ ଗ୍ରୁପର ଚେୟାରମ୍ୟାନ ଥିଲେ ସୋନି ମେହେଟ୍ଟା ।

ଓଡିଶାରେ ବିଜେଡି କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଶେଷ ଥର ପାଇଁ ଓଡିଶାରେ ଦେଖିବାକୁ ମିଳିଥିଲା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କୁ । ଏହି ମହାନ ପ୍ରକାଶକ ସୋନି ମେହେଟ୍ଟାଙ୍କ ଆଜି ୭୭ବର୍ଷ ବୟସରେ ଦେହାନ୍ତ ହୋଇଛି ।

ବିଶ୍ୱ ଦରବାରରେ ଜଣେ ବିଶିଷ୍ଟ ପ୍ରକାଶକ ଭାବେ ପରିଚିତ ଲାଭ କରିଥିବା ସୋନି ମେହେଟ୍ଟା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ନବୀନଙ୍କ ଭଉଣୀ ଗୀତାଙ୍କ ସମ୍ପର୍କରେ ଆସିଥିଲେ । ଏବଂ ପରେ ତାଙ୍କ ସହିତ ବିବାହ ମଧ୍ୟ ହୋଇଥିଲା । ପୂର୍ବତନ ଆମେରିକା ରଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ, ବିଲ କ୍ଲିôଟନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥ୍ୟାଚର, ଟନି ବ୍ଲେୟାର, ପୋପ ଜନପଲ-୨ଙ୍କ ପୁସ୍ତକର ମଧ୍ୟ ପ୍ରକାଶ ଥିଲେ ସୋନି ମେହେଟ୍ଟା ।

ସ୍ୱାଧୀନ ଭାରତର କୁଟନୀତିଜ୍ଞ ଆମରିକ ସିଂହ ମେହେଟ୍ଟାଙ୍କ ପୁଅ ହେଉଛନ୍ତି ସୋନି ମେହେଟ୍ଟା । ବ୍ରିଟେନରେ ପ୍ରାଥମିକ ଶିକ୍ଷା ପରେ କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ଇଁରାଜୀରେ ଡିଗ୍ରୀ ହାସଲ କରିଥିଲେ ।

ସୋନି ମେହେଟ୍ଟାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଆତ୍ମାର ସଦଗତି କାମନା କରିବା ସହିତ ନୂଆବର୍ଷ ମଧ୍ୟ ପାଳୁନଥିବା କହିଛନ୍ତି । ସେପଟେ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ନେତା ବୈଜୟନ୍ତ ପଣ୍ଡା ମଧ୍ୟ ସୋନି ମେହେଟ୍ଟାଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଟୁଇଟ କରି ସମବେଦନା ଜଣାଇଛନ୍ତି । ୧୯୮୭ ମସିହାରେ ଲଣ୍ଡନରୁ ନ୍ୟୁୟର୍କ ଯାତ୍ରା କରିଥିଲେ ସୋନି । ଆଲଫ୍ରେଡ. ଏ ନଫର ସଭାପତି ହେବା ସହିତ ଏଡିଟର-ଇନ-ଚିଫ ଦାୟିତ୍ୱ ଗ୍ରହଣ କଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ୱବଧାନରେ ୬ଜଣ ନୋବେଲ ବିଜେତା, ପଲିଟାଇଜର, ବୁକର , ନ୍ୟାସନାଲ ବୁକ ଆୱାର୍ଡ ବିଜେତାଙ୍କ ପୁସ୍ତକ ପ୍ରକାଶିତ ହୋଇଥିଲା ।