ହରିୟାଣା ମହିଳାଙ୍କ ପ୍ରଶ୍ନ, ରାହୁଲଙ୍କ ବିବାହ କେବେ ହେବ, ସୋନିଆ କହିଲେ ଝିଅ ଖୋଜିଦିଅ । 

ହରିୟାଣା ମହିଳାଙ୍କ ପ୍ରଶ୍ନ, ରାହୁଲଙ୍କ ବିବାହ କେବେ ହେବ, ସୋନିଆ କହିଲେ ଝିଅ ଖୋଜିଦିଅ । 

କନକ ବ୍ୟୁରୋ : ରାହୁଲଙ୍କ ବିବାହକୁ ନେଇ ପ୍ରଶ୍ନ କଲେ ହରିୟାଣାର ମହିଳା । ସୋନିଆ କହିଲେ ଆପଣ ପ୍ରଥମେ ଝିଅ ଖୋଜି ଦିଅନ୍ତୁ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ମା’ ସୋନିଆ ଗାନ୍ଧୀ ସୋନିପତର ମହିଳାଙ୍କୁ ଭେଟିଛନ୍ତି । ଭିଡ଼ିଓରେ ସୋନିଆ,ପ୍ରିୟଙ୍କା ଓ ରାହୁଲ ମହିଳାଙ୍କୁ ଭେଟିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କଥାଛଳରେ ଜଣେ ମହିଳା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସୋନିଆଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସୋନିଆ କହିଥିଲେ, ରାହୁଲଙ୍କ ପାଇଁ ଆପଣ ଝିଅ ଖୋଜି ଦିଅନ୍ତୁ ।

ରାହୁଲ ଗାନ୍ଧୀ ଭିଡ଼ିଓ ସେୟାର କରି ଲେଖିଛନ୍ତି, ମା’, ପ୍ରିୟଙ୍କା ଓ ମୋ ପାଇଁ ଏହା ସ୍ମରଣୀୟ ଦିନ, କିଛି ଖାସ ଅତିଥିଙ୍କ ସହ । ସୋନିପତର ମହିଳା ଚାଷୀଙ୍କ ଦିଲ୍ଲୀ ଦର୍ଶନ, ସେମାନଙ୍କ ସହ ଘରେ ଖାଇବା ଓ ଅନେକ ମଜାଦାର କଥା । ଏହାଛଡା କିଛି ଅମୂଲ୍ୟ ଉପହାର, ଯେପରିକି ଦେଶୀ ଘିଅ, ମିଠା, ଲସି, ଘର ଆଚାର ଓ ଅନେକ ଭଲପାଇବା । ଯାହାର ପୂରା ଭିଡ଼ିଓ ୟୁଟ୍ୟୁବରେ ସେୟାର କରିଛନ୍ତି ରାହୁଲ ।

ଗତ କିଛି ଦିନ ପୂର୍ବେ ରାହୁଲ ଗାନ୍ଧୀ  ହରିୟାଣାର ସୋନିପତରେ ମହିଳା ଚାଷୀଙ୍କୁ ବିଲରେ ଭେଟିଥିଲେ । ସେମାନଙ୍କ ସହ କ୍ଷେତରେ ଖାଇବା ସହ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ଗତ ୧୪ ଜୁଲାଇରେ ସୋନିପତର ମଦିନା ଗାଁରୁ ୪୩ ଜଣ ମହିଳା ଦିଲ୍ଲୀ ଆସି ସୋନିଆ ଓ ପ୍ରିୟଙ୍କାଙ୍କୁ ଭେଟିବା ସହ ଭୋଜନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe