କନକ ବ୍ୟୁରୋ : ରାହୁଲଙ୍କ ବିବାହକୁ ନେଇ ପ୍ରଶ୍ନ କଲେ ହରିୟାଣାର ମହିଳା । ସୋନିଆ କହିଲେ ଆପଣ ପ୍ରଥମେ ଝିଅ ଖୋଜି ଦିଅନ୍ତୁ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ମା’ ସୋନିଆ ଗାନ୍ଧୀ ସୋନିପତର ମହିଳାଙ୍କୁ ଭେଟିଛନ୍ତି । ଭିଡ଼ିଓରେ ସୋନିଆ,ପ୍ରିୟଙ୍କା ଓ ରାହୁଲ ମହିଳାଙ୍କୁ ଭେଟିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କଥାଛଳରେ ଜଣେ ମହିଳା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସୋନିଆଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସୋନିଆ କହିଥିଲେ, ରାହୁଲଙ୍କ ପାଇଁ ଆପଣ ଝିଅ ଖୋଜି ଦିଅନ୍ତୁ ।
मां, प्रियंका और मेरे लिए एक यादगार दिन, कुछ खास मेहमानों के साथ!
सोनीपत की किसान बहनों का दिल्ली दर्शन, उनके साथ घर पर खाना, और खूब सारी मज़ेदार बातें।
साथ मिले अनमोल तोहफे - देसी घी, मीठी लस्सी, घर का अचार और ढेर सारा प्यार।
पूरा वीडियो यूट्यूब पर:https://t.co/2rATB9CQozpic.twitter.com/8ptZuUSDBk
— Rahul Gandhi (@RahulGandhi) July 29, 2023
ରାହୁଲ ଗାନ୍ଧୀ ଭିଡ଼ିଓ ସେୟାର କରି ଲେଖିଛନ୍ତି, ମା’, ପ୍ରିୟଙ୍କା ଓ ମୋ ପାଇଁ ଏହା ସ୍ମରଣୀୟ ଦିନ, କିଛି ଖାସ ଅତିଥିଙ୍କ ସହ । ସୋନିପତର ମହିଳା ଚାଷୀଙ୍କ ଦିଲ୍ଲୀ ଦର୍ଶନ, ସେମାନଙ୍କ ସହ ଘରେ ଖାଇବା ଓ ଅନେକ ମଜାଦାର କଥା । ଏହାଛଡା କିଛି ଅମୂଲ୍ୟ ଉପହାର, ଯେପରିକି ଦେଶୀ ଘିଅ, ମିଠା, ଲସି, ଘର ଆଚାର ଓ ଅନେକ ଭଲପାଇବା । ଯାହାର ପୂରା ଭିଡ଼ିଓ ୟୁଟ୍ୟୁବରେ ସେୟାର କରିଛନ୍ତି ରାହୁଲ ।
ଗତ କିଛି ଦିନ ପୂର୍ବେ ରାହୁଲ ଗାନ୍ଧୀ ହରିୟାଣାର ସୋନିପତରେ ମହିଳା ଚାଷୀଙ୍କୁ ବିଲରେ ଭେଟିଥିଲେ । ସେମାନଙ୍କ ସହ କ୍ଷେତରେ ଖାଇବା ସହ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ଗତ ୧୪ ଜୁଲାଇରେ ସୋନିପତର ମଦିନା ଗାଁରୁ ୪୩ ଜଣ ମହିଳା ଦିଲ୍ଲୀ ଆସି ସୋନିଆ ଓ ପ୍ରିୟଙ୍କାଙ୍କୁ ଭେଟିବା ସହ ଭୋଜନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/FvdLUjbaUAMV6ey.jpg)