ଚେନ୍ନାଇରେ ମୋଦିଙ୍କ ବିରୋଧରେ ମହାମେଳି ! ସୋନିଆଙ୍କ ନେତୃତ୍ୱରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ।

219

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏକାଠି ହେଉଛନ୍ତି ବିରୋଧୀ ଦଳ । ମହାଗଠବନ୍ଧନ ନାଁରେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ଏକାଠି ହେଉଛନ୍ତି । ବିଭିନ୍ନ ସମାରୋହ ବାହାନାରେ ବିରୋଧୀ ଦଳମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଆଜି ଚେନ୍ନାଇରେ ପୂର୍ବତନ ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ସୋନିଆ ଗାନ୍ଧି । ୯ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତିଟି ଡିଏମକେ ପ୍ରତିଷ୍ଠାତା ଆନ୍ନାଦୁରାଇଙ୍କ ପ୍ରତିମୂର୍ତ୍ତି ନିକଟରେ ରହିଛି । ଏହି ମୌକାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଯୋଗ ଦେଇଥିଲେ ।

ଆସନ୍ତା କାଲି ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶର  ନବନିର୍ବାଚିତ କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିବାକୁ ଯାଉଥିବାରୁ ସେଠାରେ ମଧ୍ୟ ବିରୋଧୀ ଦଳ ନେତାମାନେ ଏକାଠି ହୋଇ ଶକ୍ତିପ୍ରଦର୍ଶନ କରିବା ସହ ବିରୋଧୀ ଏକତାକୁ ପ୍ରଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି ।