ସୋନପୁର ସିଂହାସନରେ ବସିବ କିଏ? ପ୍ରାର୍ଥୀ ଦେଉଛନ୍ତି ବଡ ପରୀକ୍ଷା, କାହା ଖାତାରେ ମାର୍କ ଦେବେ ମତଦାତା?

134

କନକ ବ୍ୟୁରୋ : ସୋନପୁରରେ ଚାଲିଛି ବିଗ୍ ଫାଇଟ । ବିଧାୟକ ବାଛିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି । ସୋନପୁର, ବିନିକା, ଡୁଙ୍ଗୁରିପାଲି ଏବଂ ତରଭା ବ୍ଳକକୁ ନେଇ ସୋନପୁର ନିର୍ବାଚନ ମଣ୍ଡଲୀ ଗଠିତ । ଏବେ ସମସ୍ତ ବ୍ଲକ ବିଜେଡି ଦଖଲରେ ରହିଛି । ତେବେ ଗତ ପଂଚାୟତ ନିର୍ବାଚନରେ ବିଜେଡିକୁ ପଛରେ ପକାଇଦେଇଥିଲା ବିଜେପି ।

୨୦୧୯ର ଲଢେଇ
ବିଜେଡି: ନିରଂଜନ ପୂଜାରୀ
କଂଗ୍ରେସ: ଚିତରଂଜନ ମିଶ୍ର
ବିଜେପି: ଅଶୋକ ପୂଜାରୀ

ବିଜେଡି: ନିରଂଜନ ପୂଜାରୀ
– ୪ଥର ବିଧାୟକ (ବିନିକା ଏବଂ ସୋନପୁରରୁ)
– ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ
– ନଗର ଉନ୍ନୟନ, ଜଳସମ୍ପଦ, ଅବକାରୀ ଏବଂ ଖାଦ୍ୟଯୋଗାଣ ବିଭାଗ ମନ୍ତ୍ରୀ
– ବାଚସ୍ପତି ରହିଛନ୍ତି

କଂଗ୍ରେସ: ଚିତରଂଜନ ମିଶ୍ର
– କଂଗ୍ରେସର ନୂଆ ମୁହଁ
– ପ୍ରଥମଥର ପାଇଁ ରାଜନୀତି ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି

୨୦୧୯–ବିଜେପି : ଅଶୋକ ପୂଜାରୀ
– ୨୦୦୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ
– ୨୦୦୯ ଏବଂ ୨୦୧୪ରେ ଟିକେଟ୍ କଟିଥିଲା
– ୨୦୧୮ରେ ବିଜେପିରେ ସାମିଲ
– ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ପୁତୁରା

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ ୪ଥର ବିଧାୟକ, କ୍ୟାବିନେଟ୍ ମନ୍ତ୍ରୀ ଏବଂ ବାଚସ୍ପତି ରହିସାରିଛନ୍ତି
– ନିର୍ବାଚନରେ ନୂଆ ମୁହଁ ଏବଂ ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ଚିତରଂଜନ ମିଶ୍ର
– କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ଅଶୋକ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି
– ତିନି ଦଳର ପ୍ରାର୍ଥୀ ଡୁଙ୍ଗୁରିପାଲି ବ୍ଳକ୍ର
– ୨୦୧୯ ନିର୍ବାଚନରେ କକା-ପୁତୁରା ଲଢେଇ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୧ ହଜାର ୮୮୫
– ମତ ଦେଇଥିଲେ – ୧ ଲକ୍ଷ ୮୦ ହଜାର ୯୦୦
– ଭୋଟଦାନ ହାର – ୭୮.୦୧%

୨୦୧୪ର ଫଳାଫଳ
ପ୍ରାର୍ଥୀ                             ଦଳ           ଭୋଟ           ପ୍ରତିଶତ         ଫଳାଫଳ
ନିରଞ୍ଜନ ପୂଜାରୀ              ବିଜେଡି       ୯୩,୫୩୪      ୫୧.୭୦%       ବିଜୟ
ସର୍ବେଶ୍ୱର ପୁରୋହିତ         କଂଗ୍ରେସ      ୩୫,୭୯୫      ୧୯.୭୯%       ପରାସ୍ତ
ପ୍ରମୋଦ କୁମାର ମହାପାତ୍ର   ବିଜେପି        ୪୨,୦୪୯       ୨୩.୨୪%      ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ନିରଞ୍ଜନ ପୂଜାରୀ ନିର୍ବାଚନ ଜିତିଥିଲେ
– ୯୩ ହଜାର ୫୩୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ପରାସ୍ତ କରିଥିଲେ
– ୫୧ ହଜାର ୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

ସୋନପୁର ବିଧାନସଭା ଆସନ
– ୧୯୫୧ରେ ଗଠନ ହୋଇଥିଲା ସୋନପୁର ନିର୍ବାଚନମଣ୍ଡଳୀ
– ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– କୁନ୍ଦୁରୁ କୁଶଲ ତିନିଥର ବିଧାୟକ ( ୨ଥର ଜନତା ଦଳ, ଥରେ ବିଜେଡି)
– ନିରଂଜନ ପୂଜାରୀ ଲଗାତର ୨ଥର ବିଧାୟକ ( ବିଜେଡି)