ସୋନାଲି ଫୋଗାଟଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର! ଜାଣନ୍ତୁ ଦେହାନ୍ତ ପୂର୍ବରୁ ମା’ଙ୍କୁ କ’ଣ କହିଥିଲେ ସୋନାଲି । 

143

କନକ ବ୍ୟୁରୋ: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଆଲୋଚନା ହେଉଥିବାବେଳେ ତାଙ୍କର ଏପରି ଅକାଳ ମୃତ୍ୟୁକୁ ଷଡଯନ୍ତ୍ର ବୋଲି କହିଛନ୍ତି ତାଙ୍କ ଭଉଣୀ । ସୁଟିଂ ପାଇଁ ଗୋଆ ଯାଇଥିବା ସୋନାଲି ମୃତ୍ୟୁର ଦିନକ ପୂର୍ବରୁ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ସେତେବେଳେ ତାଙ୍କୁ କିଛି ଠିକ୍ ଲାଗୁନି ଏବଂ  ତାଙ୍କ ବିରୋଧରେ କିଛି ଷଡଯନ୍ତ୍ର ଚାଲିଥିବା ସୂଚନା ଦେଇଥିଲେ ବୋଲି ସୋନାଲିଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ସକାଳୁ  ମଧ୍ୟ ସୋନାଲି  ମା’ଙ୍କ ସହ କଥା ହୋଇଥିଲେ । ଗୋଆରେ ଥିବା କର୍ଲିଜ୍ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ ତାଙ୍କ ଦେହ ଭଲଲାଗୁନଥିଲା । ଖାଦ୍ୟରେ କିଛି ଅସୁବିଧା ଥିଲା ବୋଲି ମା’ଙ୍କୁ କହିଥିଲେ ସୋନାଲି । ଏହି ଘଟଣା ପରେ ସୋନାଲିଙ୍କ ମୃତ୍ୟୁ ଏବେ ରହସ୍ୟ ଘେରକୁ ଆସିଛି ।

ହେଲେ ଏହି ଅଭିଯୋଗକୁ ଗୋଆ ଡିଏସପି ଗ୍ରହଣ କରିପାରିନାହାଁନ୍ତି । ହସ୍ପିଟାଲ ନେବାବେଳକୁ ସେନାଲିଙ୍କ ମୃତ୍ୟୁ ହୋଇସାରିଥିଲା । ହାର୍ଟ ଆଟାକରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଏଯାଏଁ ତାଙ୍କର ପୋଷ୍ଟମର୍ଟମ୍ ରିପୋର୍ଟ ଆସିନାହିଁ । ରିପୋର୍ଟ ଅସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଡିଏସପି କହିଛନ୍ତି ।