ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ ! ପୁଅର ପଦିଏ କଥା ବଦଳାଇଦେଲା ପୂରା ଜୀବନ, ଲୋକଙ୍କୁ ଭୟଭୀତ କରୁଥିବା ବ୍ୟକ୍ତି ଏବେ ଭଗବତ୍ ଚିନ୍ତନରେ ଲୀନ । ଦେଖନ୍ତୁ କଳିଯୁଗର ଜଣେ ବାଲ୍ମିକୀଙ୍କ କାହାଣୀ

1,128

କନକ ବ୍ୟୁରୋ: ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ! ପୁଅର ପଦେ କଥା ବଦଳାଇ ଦେଲା ଜୀବନ । ଦିନେ ସେ ଦସ୍ୟୁ ଭଳି ଥିଲେ, ଆଜି ସେ ବାଲ୍ମୀକି ପାଲଟିଲେ । ଦିନେ ସେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟୁଥିଲେ, ଆଜି ସେ ଭଗବତ ଚିନ୍ତନରେ ଦିନ କାଟୁଛନ୍ତି । କୁନି ପୁଅର ପଦୁଟିଏ କଥା ବଦଳାଇ ଦେଇଛି ବାପାଙ୍କ ଜୀବନର ଗତି । ଆଉ ପୁରୁଣା ଜୀବନର ତିକ୍ତ ଅନୁଭୂତିକୁ ଭୁଲି ଏବେ ସେ ନୂଆ ଜୀବନ ଜିଉଁଛନ୍ତି, ଲୋକଙ୍କ ଠାରୁ ସମ୍ମାନ ବି ପାଉଛନ୍ତି ।

ସମୀର କୁମାର ପତି । ବଡବିଲ ଅଞ୍ଚଳରେ ଦିନେ ଜାବତିଅ ଅସାମାଜିକ କାମରେ ଲିପ୍ତ ଥିଲେ । ମାଟ୍ରିକ ଫେଲ ପରେ କେତେକ ଅସାମାଜିକ ଲୋକଙ୍କ ମେଳରେ ପଡି ସମୀର ନିଶା ସେବନ କରିଥିଲେ । ଆଉ ନିଶା କିଣିବାକୁ ସେ ବିଭିନ୍ନ ଅସାଧୁ ପନ୍ଥା ଆପଣାଇଥିଲେ । ଲୋକଙ୍କ ଭୟଭୀତ କରାଇ ହେଉ କିମ୍ବା ବାଟରେ ଯାଉଥିବା ଲୁହା ପଥର ଗାଡି ଅଟକାଇ ଟଙ୍କା ଆଦାୟ କରି ନିଶାପାଣିରେ ଉଡାଇ ଦେଉଥିଲେ ।

ସମୀରଙ୍କ ଏଭଳି ବ୍ୟବହାରରେ ତାଙ୍କ ବାପା ବିରକ୍ତ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏମିତିକି ତାଙ୍କ ସ୍ତ୍ରୀଙ୍କ କଥାରେ ବି ବଦଳିନଥିଲେ ସମୀର । ମାତ୍ର ତାଙ୍କ ପୁଅ ସହ ଦିନେ ସନ୍ଧ୍ୟାରେ ସମୟ ବିତାଉଥିବା ବେଳେ ୭ ବର୍ଷର କୁନି ପୁଅ କହିଲା; ‘ବାପା ! ଆଜି ମଦ ପିଇବାକୁ ଯିବନି କି ?’ । ବାସ୍ ପୁଅର ଏଇ ପଦିଏ କଥା ବାପାକୁ ବଦଳାଇ ଦେଇଥିଲା । ଆଉ ସମୀର ନିଶା ସେବନ ଛାଡି ନିଜକୁ ଭଗବତ କାର୍ଯ୍ୟରେ ଲିପ୍ତ ରଖିଛନ୍ତି । ପ୍ରାୟ ୩ ବର୍ଷ ହେବ ସମୀର ସ୍ନାନଯାତ୍ରା ଦିନ ବଡବିଲରୁ ବାହାରି ମାଆ ବିରଜାଙ୍କ କ୍ଷେତ୍ରକୁ ଯାଆନ୍ତି ଆଉ ସେଠୁ ଶ୍ରୀକ୍ଷେତ୍ରକୁ ଚାଲିଚାଲି ୧୨ ବର୍ଷ ଯାଏଁ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ମନ ଉପରେ ନିୟନ୍ତ୍ରଣ ରଖିପାରିଲେ ଜଣେ ଦସ୍ୟୁରୁ ବି ବାଲ୍ମିକୀ ହୋଇପାରିବ ବୋଲି ସମୀର କହିଛନ୍ତି ।

ପଥ ବଦଳାଇ ଦେଲା ପୁଅର ପଦିଏ କଥା

#ପଥ_ବଦଳାଇ_ଦେଲା_ପୁଅର_ପଦିଏ_କଥା ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ ! ପୁଅର ପଦିଏ କଥା ବଦଳାଇଦେଲା ପୂରା ଜୀବନ, ଲୋକଙ୍କୁ ଭୟଭୀତ କରୁଥିବା ବ୍ୟକ୍ତି ଏବେ ଭଗବତ୍ ଚିନ୍ତନରେ ଲୀନ । ଦେଖନ୍ତୁ କଳିଯୁଗର ଜଣେ ବାଲ୍ମିକୀଙ୍କ କାହାଣୀ । #KanakNews

Posted by Kanak News on Friday, June 19, 2020