ଚର୍ଚ୍ଚାରେ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷ ଓ ସରଳ ଜୀବନ : ୨୦୦୯ ଯାଏଁ ନଥିଲା ନିଜସ୍ୱ ଘର; କିଛି ଦିନ ପାଇଁ କରିଥିଲେ କ୍ଲର୍କ ଚାକିରୀ, ମାଗଣାରେ କରୁଥିଲେ ଶିକ୍ଷାଦାନ

329

କନକ ବ୍ୟୁରୋ : ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି । ସମସ୍ତଙ୍କୁ ଚକିତ କରି ମୟୁରଭଞ୍ଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ସକାଳୁ ସକାଳୁ ରାଇରଙ୍ଗପୁରର ମନ୍ଦିର ଯାଇ ଠାକୁର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ଗୋଟିଏ ମନ୍ଦିରରେ ସଫେଇ ବି କରିଛନ୍ତି । ଆଜି ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛିି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ଅଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁକୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।

କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ

– ୧୯୯୭ରେ ରାଇରଙ୍ଗପୁର କାଉନସିଲର ଭାବେ ନିର୍ବାଚିତ
– ରାଇରଙ୍ଗପୁର ଉପାଧ୍ୟକ୍ଷ ହୋଇଥିଲେ ଦ୍ରୌପଦୀ ମୁର୍ମୁ
– ୨୦୦୦ରେ ରାଇରଙ୍ଗପୁରରୁ ବିଧାୟକ ଭାବେ ନିର୍ବାଚିତ
– ୨୦୦୨ରେ ପରିବହନ ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ
– ପରେ ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ ଦିଆଗଲା
– ୨୦୦୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ
– ୨୦୦୨ରୁୁ ୨୦୦୯ ଯାଏଁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି
– ୨୦୦୪ରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହେଲେ
– ୨୦୦୬ରୁ ୨୦୦୯ ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ସଭାପତି
– ୨୦୧୦ରେ ପୁଣି ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି
– ୨୦୧୩ରେ ତୃତୀୟ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି
– ୨୦୧୫ରେ ଝାରଖଣ୍ଡର ପ୍ରଥମ ମହିଳା ରାଜପାଳ
– ୨୦୨୨ରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଦ୍ରୌପଦୀଙ୍କ ସଂଘର୍ଷ ଓ ସରଳ ଜୀବନ

– ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ
– ପିଲାଦିନୁ ଦାରିଦ୍ର୍ୟ ଓ ଅଭାବକୁ ଖୁବ ପାଖରୁ ଦେଖିଛନ୍ତି ସେ
– ମୟୁରଭଞ୍ଜ ରାଜାଙ୍କ ଦରବାରରେ କର୍ମଚାରୀ ଥିଲେ ବାପା
– ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ବି କଲେଜରେ ପଢି ପାରିନଥିଲେ
– କାରଣ କଲେଜରେ ପଢିବାକୁ ଆବେଦନ କରିବା ତାଙ୍କୁ ଜଣାନଥିଲା
– ଜାଣିଲା ବେଳକୁ ଆବେଦନର ସମୟ ସମୀ ସରିଯାଇଥିଲା
– ତେଣୁ ଗୋଟିଏ ବର୍ଷର ଶିକ୍ଷା ନଷ୍ଟ ହୋଇଗଲା
– ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢିଲେ
– ତାଙ୍କ ବାପା ବିରଞ୍ଚି ନାରାୟଣ ଟୁଡୁ ମାସକୁ ୧୦ ଟଙ୍କା ପାଉଥିଲେ
– ପାଠ ପଢିବା ଲାଗି ଦ୍ରୌପଦୀଙ୍କ ଜୀବନ ଥିଲା ସଂଘର୍ଷମୟ
– ଘୋର ଆର୍ଥିକ ଅନଟନରେ ତାଙ୍କର ଦିନ କଟୁଥିଲା
– ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଂଟିନ ଯାଉନଥିଲେ
– କାରଣ ସାଙ୍ଗମାନଙ୍କୁ ଖୁଆଇବା ତାଙ୍କ ପାଇଁ ସମ୍ଭବ ନଥିଲା
– ୮ବର୍ଷ ଭୁବନେଶ୍ୱରରେ ରହି ପଢିଲାବେଳେ କେବେ ବଜାର ଯାଇନଥିଲେ
– କେବଳ ଗୋଟିଏ ସିନେମା ‘ଗପ ହେଲେ ବି ସତ’ ଦେଖିଥିଲେ
– ବିଏ ପାସ କରିବା ପରେ ଅଧିକ ପଢିବା ସମ୍ଭବ ନଥିଲା
– ୧୯୭୯ରେ ସଚିବାଳୟରେ ଚାକିରି ପାଇ କିଛି ମାସରେ ବିବାହ କଲେ
– ପରିବାରରେ ବିଭିନ୍ନ ସମସ୍ୟା ଯୋଗୁଁ ଚାକିରି ଛାଡି ଗାଁକୁ ଫେରିଲେ
– ୧୯୪ରୁ ୧୯୯୭ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକକତା କଲେ