ବିଭିନ୍ନ ରୋଗରୁ ମୁକ୍ତି ଦିଏ ମାଟି ପାତ୍ର । ଜାଣନ୍ତୁ କିପରି

68

ସମୟ ପରିବର୍ତ୍ତନ ହେବା ସହିତ ସମାଜର ଉନ୍ନତିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ପୂର୍ବର ସଭ୍ୟତା ଏବଂ ବର୍ତ୍ତମାନର ସଭ୍ୟତା ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି । ଧୀରେ ଧୀରେ ପୁରୁଣା ସଂସ୍କୃତି ଏବଂ ପରମ୍ପରାରେ ଥିବା ଭିନ୍ନତା ମଧ୍ୟ ସାମ୍ନାକୁ ଆସିଛି । ତେବେ ଅତୀତର ସେହି ପୁରୁଣା ଖିଆଲଯେ ଆମ ପାଇଁ କେତେ ଉପକାରୀ ଥିଲା ତାହା ଆମେ ଭୁଲିବାରେ ଲାଗିଛୁ ।

ବିଶେଷ କରି ମାଟି ପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟଯେ ସ୍ୱାସ୍ଥ୍ୟପକ୍ଷେ ବିଶେଷ ଲାଭଦାୟକ ତାହା ସମସ୍ତେ ଜାଣିଥିଲେ ମଧ୍ୟ ନ ଜାଣିବା ଭଳି ତାହାକୁ ଏଡ଼ାଇ ଦେଇଛନ୍ତି । କୁହାଯାଏ ଖାଦ୍ୟକୁ ଯେତେ ଧୀରେ ଧୀର ରନ୍ଧାଯାଏ ତାହା ସେତିକି ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ଆଜିକାଲି ଆଲୁମିନିୟମ ଏବଂ ଷ୍ଟିଲର ବ୍ୟବହାର କରାଯାଉଛି । ତେବେ ଏଥିରେ ରୋଷେଇ କରିବା ଦ୍ୱାରା ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାଟିର ପାତ୍ର ବ୍ୟବହାର କରିବା ଉଚିତ ।

ଆଲୁମିନିୟମ ପାତ୍ରରେ ଖାଦ୍ୟ ରୋଷେଇ କରିବା ଦ୍ୱାରା ୮୭ ପ୍ରତିଶତ ପୋଷକ ତତ୍ତ୍ୱ ,ପିତ୍ତଳ ପାତ୍ରରେ ୭ ପ୍ରତିଶତ ଏବଂ କଂସା ପାତ୍ରରେ ୩ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ । କିନ୍ତୁ ମାଟି ପାତ୍ରରେ ଖାଦ୍ୟ ରୋଷେଇ କରିବା ଦ୍ୱାରା ୧୦୦ ପ୍ରତିଶତ ପୋଷକ ତତ୍ତ୍ୱ ମିଳିଥାଏ । ମାଟି ପାତ୍ରରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ହୋଇନଥାଏ । ଏହା ବ୍ୟତୀତ ଏହା କୌଣସି ପୋଷକ ତତ୍ତ୍ୱକୁ ନଷ୍ଟ ହେବାକୁ ଦିଏ ନାହିଁ । ତେବେ ଏହି ପୋଷକ ତତ୍ତ୍ୱ ରୋଗ ବ୍ୟାଧି କବଳରୁ ରକ୍ଷା କରିଥାଏ । କେବଳ ସେତିକି ନୁହେଁ ବରଂ ମାଟି ପାତ୍ରରେ ରନ୍ଧା ହୋଇଥିବା ଖାଦ୍ୟ ଖୁବ ସ୍ୱାଦିଷ୍ଟ ହୋଇଥାଏ ।ଏହା ସହିତ କୋଷ୍ଠ କାଠିନ୍ୟ ମଧ୍ୟ ଦୂର ହୋଇଥାଏ ।